ଭାରତ – ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ଜିତିଲା ଭାରତ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁବାର ଟି୨୦ସିରିଜର ପ୍ରଥମ ମ୍ୟାଚ୍ ହେଗଲି ଓଭାଲରେ ଖେଳାଯାଇଛି । ଶ୍ରେୟସ ଆୟର ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଘରୋଇ ଟିମ୍ କିଓ୍ୱି ବ୍ୟାଟିଂ କରି ୪ ଓ୍ଵିକେଟ୍ ହରାଇ ୨୨୫ ରନ କରିଥିଲା । ଏହି ଟାର୍ଗେଟକୁ ଭାରତ ପୂରଣ କରିଛି । ଭାରତ ୬ ୱିକେଟ ହରାଇ ଟାର୍ଗେଟକୁ ପୂରଣ କରିଛି । ପ୍ରଥମ ମ୍ୟାଚ୍ ଜିତି ଭାରତ ସିରିଜରେ ୧-୦ରେ ଆଗୁଆ ରହିଛି ।

ଭାରତ ପକ୍ଷରୁ ସଂଜୁ ସାମସନ ଜବରଦସ୍ତ ବ୍ୟାଟିଂ କରିଥିଲେ । ସଂଜୁ ୩୩ ବଲରେ ୬୭ ରନ୍ କରିଥିବା ବେଳେ ଅଭିଷେକ ଶର୍ମା ୧୨ ବଲରେ ୨୯ ରନ୍, ତିଲକକ ବର୍ମା୬, ଅଧିନାୟକ ଶ୍ରେୟସ ୪୨ ରନ, ଅକ୍ଷର ପଟେଲ ୨୪ ଏବଂ ରମନ ଧୀର ୪୨ ରନ୍ କରି ଭାରତକୁ ଜିତାଇଛନ୍ତି ।ପ୍ରଥମ ଟି-୨୦ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡର ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ୪ ଓ୍ଵିକେଟ୍ ହରାଇ ୨୨୫ ରନ କରିଥିଲା । ଗ୍ଲେନ ଫିଲିପ୍ସ ୮୨ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଥିବା ବେଳେ ଫିନ ଆଲେନ ୪୫ ରନ ଏବଂ ବେଭନ ଜାକବ୍ସ ଦ୍ରୁତ ୩୧ ରନ କରିଥିଲେ ।

Leave a comment