ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ଲୋକପ୍ରିୟ ଅଭିନେତ୍ରୀ ଜେନିଫର ,ଖୋଜୁଛନ୍ତି ବାହାଘର ଭେନ୍ୟୁ

ହିନ୍ଦୀ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ, ସେ ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ସେ ଖୁବଶୀଘ୍ର ସିଙ୍ଗାପୁରର ବ୍ୟବସାୟୀ ଇସ୍ମାଏଲ ୱିଲିୟମଙ୍କ ସହ ଜୀବନର ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି।ଜେନିଫର ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍‌ଠାରୁ ଦୂରରେ ରଖିଛନ୍ତି। ଏହା ପୂର୍ବରୁ ସେ ୨୦୧୨ମସିହାରେ ଅଭିନେତା କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ । ତେବେ ଦୁଇ ବର୍ଷ ପରେ ସେମାନଙ୍କର ଛାଡ଼ପତ୍ର ହୋଇଯାଇଥିଲା। ସେହି ବିଚ୍ଛେଦ ପରେ ଜେନିଫରଙ୍କ ପାଇଁ ଆଗକୁ ବଢ଼ିବା ସହଜ ନଥିଲା। ତେବେ ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜେନିଫର ଓ ତାଙ୍କ ପ୍ରେମିକ ୱିଲିୟମ ନିଜ ସମ୍ପର୍କକୁ ଏକ ନୂଆ ପରିଚୟ ଦେବାକୁ ଚାହୁଁଥିବା ଜଣାପଡ଼ିଛି।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଜେନିଫର ଓ ୱିଲିୟମ ଖ୍ରୀଷ୍ଟିଆନ୍ ରୀତିନୀତି ଅନୁସାରେ ବିବାହ କରିବେ। ଏହି ବିବାହ ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର କିମ୍ବା ଡିସେମ୍ବର-ଜାନୁଆରି ମଧ୍ୟରେ ହୋଇପାରେ। ଉଭୟେ ଏବେ ଉପଯୁକ୍ତ ବାହାଘର ଭେନ୍ୟୁ ଖୋଜୁଛନ୍ତି।

ଅଫିସିଆଲ୍ ଘୋଷଣାକୁ ଏବେ ବି ଅପେକ୍ଷା କରାଯାଇଥିବା ବେଳେ,ଏହି ରିପୋର୍ଟଗୁଡ଼ିକ ନିଶ୍ଚିତ ଭାବରେ ତାଙ୍କ ପ୍ରଶଂସକମାନଙ୍କୁ ଉତ୍ସାହିତ କରିଛି,ଜେନିଫରଙ୍କୁ ପୁଣି ଥରେ ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବା ନିଷ୍ପତ୍ତିକୁ ନେଇ ତାଙ୍କ ପ୍ରଶଂସକମାନେ ଖୁସି ପ୍ରକାଶ କରୁଛନ୍ତି।

Leave a comment