OTET-୨୦୨୬ର ପରୀକ୍ଷା ଫଳ ପ୍ରକାଶ : ମୋଟ ପାସ୍ ହାର ୬୪.୪୮ ପ୍ରତିଶତ

ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET-୨୦୨୬ର ଫଳ ପ୍ରକାଶ ପାଇଛି।  ଜୁଲାଇ ୫ରେ ଅନୁଷ୍ଠିତ ପରୀକ୍ଷାରେ ପେପର-୧ ଓ ପେପର-୨ ପାଇଁ ମୋଟ ୯୭ ହଜାର୧୫୧ ଜଣ ପଞ୍ଜୀକରଣ କରିଥିଲେ। ଏଥିରୁ ୮୪ ହଜାର ୭୩୧ ଜଣ ପରୀକ୍ଷା ଦେଇଥିବା ବେଳେ ୫୩ ହଜାର ୩୧୪ ଜଣ ପରୀକ୍ଷାରେ ଯୋଗ୍ୟତା ହାସଲ କରିଛନ୍ତି। ମୋଟ ପାସ୍ ହାର ୬୪.୪୮ ପ୍ରତିଶତ ରହିଛି।

ପେପର-୧ରେ ୨୪ ହଜାର ୯୯୧ ଜଣ ପରୀକ୍ଷା ଦେଇଥିବା ବେଳେ ୧୭,୦୬୫ ଜଣ ପାସ୍ କରିଛନ୍ତି। ଏହି ପେପରର ପାସ୍ ହାର ୬୮.୨୮ ପ୍ରତିଶତ। ସେହିପରି ପେପର-୨ରେ ୫୯,୭୪୦ ଜଣ ପରୀକ୍ଷା ଦେଇଥିବା ବେଳେ ୩୬,୨୪୯ ଜଣ ଯୋଗ୍ୟ ହୋଇଛନ୍ତି। ଏହାର ପାସ୍ ହାର ୬୦.୬୮ ପ୍ରତିଶତ।ପରୀକ୍ଷାର୍ଥୀମାନେ ବୋର୍ଡର ୱେବସାଇଟ୍ ରେ ସନ୍ଧ୍ୟା ୬ଟାରୁ ନିଜର User ID ଓ Password/ଜନ୍ମତାରିଖ ବ୍ୟବହାର କରି ଫଳାଫଳ ଜାଣିପାରିବେ।

ଯୋଗ୍ୟ ପରୀକ୍ଷାର୍ଥୀମାନେ ସେପ୍ଟେମ୍ବର ୭ ତାରିଖ ସକାଳ ୧୧ଟାରୁ ଶୁଳ୍କ ପ୍ରଦାନ କରି ଡିଜିଟାଇଜ୍ ଡ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।ଅନ୍ୟପକ୍ଷରେ, ପରୀକ୍ଷାରେ ଯୋଗ୍ୟତା ହାସଲ କରିନଥିବା ପରୀକ୍ଷାର୍ଥୀମାନେ ସେପ୍ଟେମ୍ବର ୫ରୁ ୧୨ ତାରିଖ ମଧ୍ୟରେ ନିଜ ଓଏମଆର ଉତ୍ତରପତ୍ର ଡାଉନଲୋଡ୍ କରିପାରିବେ।

Leave a comment