ସବୁଠୁ ପବିତ୍ର କୁହାଯାଉଥିବା ଗଙ୍ଗା ନଦୀର ଜଳ ଏବେ ପ୍ରଦୂଷିତ। ବିହାର ଦେଇ ଯାଇଥିବା ଗଙ୍ଗା ନଦୀର ଏହି ଜଳ ଏବେ ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ। ଜଳରେ ବ୍ୟାକ୍ଟେରିଆ ବା ଜୀବାଣୁ ସଂଖ୍ୟା ବହୁ ଅଧିକ ରହୁଥିବାରୁ ତାହା ପ୍ରଦୂଷିତ ହୋଇପଡ଼ିଥିବା ବିହାର ଅର୍ଥନୈତିକ ସର୍ଭେ ୨୦୨୪-୨୫ରେ ଦର୍ଶାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ମଧ୍ୟ ଗଙ୍ଗା ଜଳ ପ୍ରଦୂଷିତ ହୋଇପଡ଼ିଥିବା ନେଇ ରିପୋର୍ଟ ଜାରି କରିଥିଲା। ମହାକୁମ୍ଭ ସମୟରେ ଗଙ୍ଗା ଜଳ ଏତେ ପ୍ରଦୂଷିତ ହୋଇଥିଲା ଯେ ସେଥିରେ ଗାଧୋଇବା ଲାଗି ଦରକାର ପଡ଼ୁଥିବା ସର୍ବନିମ୍ନ ଗୁଣବତ୍ତା ବି ନ ଥିଲା। ଅତ୍ୟଧିକ ମଳ ନଦୀରେ ମିଶିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ସିପିସିବି କହିଥିଲା।ବିହାର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ଗଙ୍ଗା ଏବଂ ଏହାର ଉପନଦୀଗୁଡ଼ିକରେ ବିଭିନ୍ନ ସହରର ସିଓ୍ବେଜ ଏବଂ ଘରୋଇ ଆବର୍ଜନା ଛଡ଼ାଯାଉଛି। ଏହା ଯୋଗୁ ଜଳରେ ବହୁ ପରିମାଣରେ ବ୍ୟାକ୍ଟେରିଆ ବା ଜୀବାଣୁ ବଂଶ ବୃଦ୍ଧି ପାଇଛି। ସେଥିଲାଗି କେତେକ ସ୍ଥାନରେ ଏହି ଜଳ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। କିନ୍ତୁ ଅନ୍ୟ ସ୍ଥାନଗୁଡ଼ିକରେ ଜଳର ଗୁଣବତ୍ତା ଠିକ ରହିଛି ବୋଲି କୁହାଯାଇଛି।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ