ସବୁଠୁ ପବିତ୍ର କୁହାଯାଉଥିବା ଗଙ୍ଗା ନଦୀର ଜଳ ଏବେ ପ୍ରଦୂଷିତ। ବିହାର ଦେଇ ଯାଇଥିବା ଗଙ୍ଗା ନଦୀର ଏହି ଜଳ ଏବେ ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ। ଜଳରେ ବ୍ୟାକ୍ଟେରିଆ ବା ଜୀବାଣୁ ସଂଖ୍ୟା ବହୁ ଅଧିକ ରହୁଥିବାରୁ ତାହା ପ୍ରଦୂଷିତ ହୋଇପଡ଼ିଥିବା ବିହାର ଅର୍ଥନୈତିକ ସର୍ଭେ ୨୦୨୪-୨୫ରେ ଦର୍ଶାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ମଧ୍ୟ ଗଙ୍ଗା ଜଳ ପ୍ରଦୂଷିତ ହୋଇପଡ଼ିଥିବା ନେଇ ରିପୋର୍ଟ ଜାରି କରିଥିଲା। ମହାକୁମ୍ଭ ସମୟରେ ଗଙ୍ଗା ଜଳ ଏତେ ପ୍ରଦୂଷିତ ହୋଇଥିଲା ଯେ ସେଥିରେ ଗାଧୋଇବା ଲାଗି ଦରକାର ପଡ଼ୁଥିବା ସର୍ବନିମ୍ନ ଗୁଣବତ୍ତା ବି ନ ଥିଲା। ଅତ୍ୟଧିକ ମଳ ନଦୀରେ ମିଶିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ସିପିସିବି କହିଥିଲା।ବିହାର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ଗଙ୍ଗା ଏବଂ ଏହାର ଉପନଦୀଗୁଡ଼ିକରେ ବିଭିନ୍ନ ସହରର ସିଓ୍ବେଜ ଏବଂ ଘରୋଇ ଆବର୍ଜନା ଛଡ଼ାଯାଉଛି। ଏହା ଯୋଗୁ ଜଳରେ ବହୁ ପରିମାଣରେ ବ୍ୟାକ୍ଟେରିଆ ବା ଜୀବାଣୁ ବଂଶ ବୃଦ୍ଧି ପାଇଛି। ସେଥିଲାଗି କେତେକ ସ୍ଥାନରେ ଏହି ଜଳ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। କିନ୍ତୁ ଅନ୍ୟ ସ୍ଥାନଗୁଡ଼ିକରେ ଜଳର ଗୁଣବତ୍ତା ଠିକ ରହିଛି ବୋଲି କୁହାଯାଇଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ