ଅଧା ଓଡ଼ିଶାରେ ବନ୍ୟା ସ୍ଥିତି,ଫଳରେ ମା’ ଭଟ୍ଟାରିକା ଏବଂ ବାବା ସିଂହନାଥ ପୀଠରେ ଲାଗିଲା BNS 163 ଧାରା
ଅଧା ଓଡ଼ିଶାରେ ବନ୍ୟା ସ୍ଥିତି । ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ବନ୍ୟାରେ ଉବୁଟୁବୁ । ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ସେପଟେ ବୈତରଣୀର ଜଳସ୍ତର ବିପଦସଙ୍କେତ ତଳକୁ ଖସିଥିଲେ ମଧ୍ୟ ଲୋକଙ୍କ ବନ୍ୟା ଦୁର୍ଦ୍ଦଶା ବଢ଼ିଯାଇଛି । କଟକ ଜିଲ୍ଲା ବଡ଼ମ୍ବାରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବଢ଼ିଥିବା ଜଳସ୍ତରର ପ୍ରଭାବରେ ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶିଛି ।ବଡ଼ମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ୫ ଫୁଟର ବନ୍ୟାଜଳ ପଶିଥିଲା । ଫଳରେ ମା’ ଭଟ୍ଟାରିକା ଏବଂ ବାବା ସିଂହନାଥ ପୀଠରେ ଲାଗିଲା BNS 163 ଧାରା । ଭଟ୍ଟାରିକା ମନ୍ଦିରରେ ୫ ଫୁଟର ବନ୍ୟା ପାଣି ପଶିବା ସହିତ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ବନ୍ୟା ନ ଛାଡ଼ିବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କୁ ଭଟ୍ଟାରିକା ପୀଠ ବାରଣ କରାଯାଇଛି ।କଟକ ଜିଲ୍ଲା ବଡ଼ମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ୫ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବଢ଼ିଥିବା ଜଳସ୍ତର ପ୍ରଭାବରେ ମା’ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ବନ୍ୟାଜଳ ପ୍ରବେଶ କରିଛି । ସେବାୟତ ମାନେ ପରମ୍ପରା ଓ ନୀତିନିୟମ ଅନୁଯାୟୀ ମା’ଙ୍କ ଚଳନ୍ତି ପ୍ରତିମାକୁ ସୁରକ୍ଷିତ ଭାବେ ନିକଟସ୍ଥ ରତ୍ନଗିରି ପାହାଡ଼ରେ ଥିବା ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରିଛନ୍ତି ।ମନ୍ଦିର ପରିସରରେ ବନ୍ୟା ପରିସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ଓ ଦେବୋତ୍ତର ବିଭାଗର କର୍ତ୍ତୃପକ୍ଷ ନଜର ରଖିଛନ୍ତି । ଭକ୍ତମାନଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭିଡ଼ ନ କରିବାକୁ ନିବେଦନ କରାଯାଇଛି ।