ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପଦରୁ ଓହରି ଥିବା ନେଇ ଦାବି କରୁଥିବା ମିଛ ଇସ୍ତଫା ପତ୍ର ଭାଇରାଲ୍

ଦିଲ୍ଲୀ ଆନ୍ଦୋଳନ ସମୟରେ ଅନେକ ମିଛ ଏବଂ ବିଭ୍ରାନ୍ତିକର ଭିଡିଓକୁ ଭାଇରାଲ୍ କରାଯାଇଥିଲା । ମିଛ ଭିଡିଓ କରି ଲୋକଙ୍କୁ ଉତ୍ତେଜିତ କରିବା ପାଇଁ ପ୍ରୟାସ କରାଯାଇଥିଲା । ଦିଲ୍ଲୀ ପୋଲିସ ସେହି ସବୁ ଉପରେ ଆକ୍ସନ ନେଇଛି । ଏହାରି ଭିତରେ କିଛି ଅସମାଜିକତତ୍ତ୍ୱ ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମିଛ ପ୍ରଚାର କରିବାରେ ମାତିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପଦରୁ ଓହରି ଥିବା ନେଇ ଦାବି କରୁଥିବା ଏକ ମିଛ ଇସ୍ତଫା ପତ୍ର ଭାଇରାଲ୍ କରାଯାଉଛି । ଗୁରୁବାର ସରକାରଙ୍କ ପକ୍ଷରୁ ଏହାକୁ ସଂପୂର୍ଣ୍ଣ ମିଛ ଓ ବିଭ୍ରାନ୍ତିକର ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ଦାବି କରୁଥିବା ଏକ ନକଲି ଇସ୍ତଫା ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଗୁରୁବାର କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇ ଏହି ଦାବିକୁ ମିଥ୍ୟା ବୋଲି ଖଣ୍ଡନ କରିଛନ୍ତି । ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏପରି କୌଣସି ଇସ୍ତଫା ପତ୍ର ଜାରି କରାଯାଇ ନାହିଁ ବୋଲି କହିଛି ।ସୋସିଆଲ ମିଡିଆରେ ପିଆଇବି କହିଛି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦସ୍ତଖତ କୁହାଯାଉଥିବା ଏକ ଚିଠି ସୋସିଆଲ ମିଡିଆରେ ଘୁରି ବୁଲୁଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏପରି କୌଣସି ଚିଠି ଜାରି କରାଯାଇ ନାହିଁ କିମ୍ବା ସେ ଏଥିରେ ସ୍ୱାକ୍ଷର କରିନାହାନ୍ତି ।” ଇଣ୍ଟରନେଟ୍ ୟୁଜର ଅନଲାଇନରେ ଏପରି ଦାବି ସେୟାର କରିବା ପୂର୍ବରୁ ସରକାରୀ ସୂତ୍ରରୁ ସତ୍ୟତା ଯାଞ୍ଚ କରିବାକୁ ମଧ୍ୟ ପିଆଇବି ପରାମର୍ଶ ଦେଇଛି ।

Leave a comment