ଆଲୋକର ପର୍ବ ଦୀପାବଳିରେ ବାଣ ଫୁଟା ଓ ବିକ୍ରି ନେଇ କଟକଣା । ପ୍ରଦୂଷଣ ବୋର୍ଡ ଜାରି କଲା ଗାଇଡଲାଇନ୍ । କେବଳ ଗ୍ରୀନ୍ କ୍ରାକର୍ସକୁ ଅନୁମତି । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାର୍ଗଦର୍ଶିକା ଜାରି କରିଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବା ସହ ଦୀପ ଜାଳି ଆଲୋକର ପର୍ବ ପାଳନ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାରୁ ନିବୃତ୍ତ ରହିବାକୁ କୁହାଯାଇଛି । ବାଣର ଶବ୍ଦ ସ୍ତର ନିର୍ଦ୍ଧାରିତ ସର୍ବାଧିକ ସୀମା ୧୨୫ dB(AI) ଭିତରେ ରହିବା ଦରକାର । ନିରବ ଅଞ୍ଚଳ ଘୋଷିତ ହୋଇଥିବା ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳ, ଉଦ୍ୟାନ ଓ ପାର୍କ ଆଦି ସ୍ଥାନରେ ବାଣ ଫୁଟାଇବା ନିଷେଧ କରାଯାଇଛି ।ସେପଟେ ଚୋରା ବାଣ ବ୍ୟବସାୟ ଉପରେ କଡା ନଜର ରଖିଛି କମିଶନରରେଟ ପୋଲିସ । ଗ୍ରୀନ୍ କ୍ରାକର୍ସ ବ୍ୟତୀତ ଅନ୍ୟ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ କଟକଣା ରହିଛି । ଖୋଲା ସ୍ଥାନରେ କେବଳ ଅନୁମୋଦିତ ଗ୍ରୀନ୍ କ୍ରାକର୍ସ ଫୁଟାଇବାକୁ କୁହାଯାଇଛି । ଏହା କିଣିବା ସମୟରେ ପ୍ୟାକେଟ୍ରେ CSIR-NEERIର ସବୁଜ ଲୋଗୋ ଓ QR କୋଡ୍ ଯାଞ୍ଚ କରିବା ସହ ଅନୁମୋଦିତ ବିକ୍ରେତାଙ୍କ ଠାରୁ କିଣିବାକୁ ପରାମର୍ଶ ଦିଆଯାଇଛି । ବାଣରେ ବେରିୟମ୍ ଓ ଅନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହୋଇଛି । ନିୟମ ଉଲ୍ଲଂଘନ କଲେ ଓଡ଼ିଶା ଆତସବାଜି ଓ ଲାଉଡ୍ସ୍ପିକର (ନିୟନ୍ତ୍ରଣ) ଆଇନ, ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ (ନିୟନ୍ତ୍ରଣ ଓ ବିନିୟମ) ନିୟମାବଳୀ, ୨୦୦୦ ଅନୁଯାୟୀ ଦଣ୍ଡବିଧାନ ହୋଇପାରେ । ଏ ସମ୍ପର୍କିତ ଅଭିଯୋଗ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ନିକଟରେ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି ।ସେପଟେ ବିନା ଲାଇସେନ୍ସରେ ବାଣ ବିକ୍ରି କଲେ ପୋଲିସ ହେବ ଆକ୍ସନ । ଅସ୍ଥାୟୀ ଦୋକାନ ମଧ୍ୟରେ ଦୂରତା ରହିବ ୫ ଫୁଟ । ରାତି ୧୦ଟା ପରେ ରାଜଧାନୀରେ ବାଣଫୁଟା ବନ୍ଦ ରହିବ । ବାଣ ଦୋକାନ ମାନଙ୍କରେ ରହିବ ଅଗ୍ନିଶମ ସାମଗ୍ରୀ । ଅଗ୍ନି ନିର୍ବାପକ ଗ୍ୟାସ୍ ସିଲିଣ୍ଡର ସହିତ ପାଣି ଭର୍ତ୍ତି ଡ୍ରମ, ବାଲି ଓ କମ୍ବଳ ରଖିବା ବାଧ୍ୟତାମୂଳକ କରାଯାଇଛି । ସୁପ୍ରିମକୋର୍ଟ ଗାଇଡଲାଇନକୁ କଡାକଡି ପାଳନ କରିବାକୁ କମିଶନରେଟ୍ ପୋଲିସ ଆଉ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିବେଦନ ।
Trending
- ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାର୍ଗଦର୍ଶିକା ଜାରି,ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି
- ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୮ ଶ୍ରମିକ ମୃତ
- ଋଷିକୁଲ୍ୟାରେ ବନ୍ୟା ବିଭୀଷିକା କେବଳ ବର୍ଷା ନା ବେଆଇନ ବାଲି ଉତ୍ତୋଳନ ବି ଦାୟୀ?
- ବାତ୍ୟା ‘ମୁରାସୁ’ ପାଇଁ ରାୟଗଡ଼ାରେ ୨ ଦିନ ସ୍କୁଲ ଛୁଟି , ନଭେମ୍ବର ୩ ଓ ୪ରେ ବନ୍ଦ ରହିବ ସମସ୍ତ ସ୍କୁଲ
- ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ସମସ୍ତ ବିପନ୍ନ ପରିବାରକୁ ୫୦ କିଲୋ ଚାଉଳ ସହ ୨୫୦୦ ଟଙ୍କା ମିଳିବ
- ଓଡ଼ିଶା ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ,ଆଠ ଜଣ ଆଇପିଏସ୍ ଓ ଓପିଏସ୍ ଅଧିକାରୀଙ୍କୁ ବଦଳି
- ଜ୍ଞାନେଶ କୁମାରଙ୍କ ବିନା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇ ପାରି ନ ଥାନ୍ତେ – ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ
- କଇଁଛ ସୁରକ୍ଷା ପାଇଁ ନଭେମ୍ବର ୧ ରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମାଛ ଧରିବା ଉପରେ କଟକଣା ଜାରି
- ମହାକାଶରେ ଇସ୍ରୋର ଆଉ ଏକ ସଫଳତା,ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ
- ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଏୟାର ଚିଫ୍ ମାର୍ଶଲ ଆଶୁତୋଷ ଦୀକ୍ଷିତ