ଓଡ଼ିଶା ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ,ଆଠ ଜଣ ଆଇପିଏସ୍ ଓ ଓପିଏସ୍ ଅଧିକାରୀଙ୍କୁ ବଦଳି
ଓଡ଼ିଶା ପୋଲିସ ବିଭାଗରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ଗୃହ ବିଭାଗ ପକ୍ଷରୁ ଶନିବାର ଦିନ ଆଠ ଜଣ ଆଇପିଏସ୍ (IPS) ଏବଂ ଓପିଏସ୍ (OPS) ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଠ ଜଣ ଆଇପିଏସ୍ ଓ ଓପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇ ବିଭିନ୍ନ ପଦବୀରେ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏହି ଅଦଳବଦଳର ମୁଖ୍ୟ ହେଉଛି, ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ତଥା କାରାଗାର ଓ ସଂଶୋଧନାଗାର ସେବା (Prisons and Correctional Services) ର ମହାନିର୍ଦ୍ଦେଶକ ସୁଶାନ୍ତ କୁମାର ନାଥଙ୍କୁ ଗୃହ ବିଭାଗରେ ‘ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ’ (OSD) ଭାବେ ନିଯୁକ୍ତ କରାଯାଇଛି।
ଅନ୍ୟପକ୍ଷରେ, ୧୯୯୫ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ତଥା ଭୁବନେଶ୍ୱର ସ୍ଥିତ ରାଜ୍ୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର (SFSL) ର ନିର୍ଦ୍ଦେଶକ ଡ. ସନ୍ତୋଷ ବାଲା ନିଜ ପୂର୍ବ ପଦବୀରେ କାର୍ଯ୍ୟ ଜାରି ରଖିବା ସହ କାରାଗାର ଓ ସଂଶୋଧନାଗାର ସେବାର ଅତିରିକ୍ତ ମହାନିର୍ଦ୍ଦେଶକ (Addl DG) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
୧୯୯୮ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର କଟକ ସ୍ଥିତ ଓଡ଼ିଶା ପରିବହନ କମିଶନର (Transport Commissioner) ଭାବେ ନିଜ ଦାୟିତ୍ୱ ଜାରି ରଖିବେ । ସେହିପରି, ୧୯୯୮ ବ୍ୟାଚ୍ର ଅନ୍ୟ ଜଣେ ଅଧିକାରୀ ତଥା ଏସ୍ଏପି (SAP) ର ଅତିରିକ୍ତ ମହାନିର୍ଦ୍ଦେଶକ ରାଜେଶ କୁମାର, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ (Special Secretary) ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ।
କେନ୍ଦ୍ରୀୟ ପ୍ରତିନିଯୁକ୍ତିରୁ ଫେରିଥିବା ୨୦୧୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ସାରା ଶର୍ମାଙ୍କୁ ଭିଜିଲାନ୍ସ ବିଭାଗର ଡିଆଇଜି (DIG) ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ଝାରସୁଗୁଡ଼ା ଏସ୍ପି (SP) ଭାବେ କାର୍ଯ୍ୟରତ ୨୦୧୯ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଏଆଇଜି (AIG) ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଖୋର୍ଦ୍ଧାର ଅତିରିକ୍ତ ଏସ୍ପି ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ା ଏସ୍ପି ଭାବେ ନୂତନ ଦାୟିତ୍ୱ ଦିଆଯାଇ ।