ଶ୍ରାବଣ ସୋମବାରରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ପୂଜାପଣ୍ଡା ସେବାୟତ ଓ ବଡ଼ୁ ନିଯୋଗ ସେବାୟତଙ୍କ ମଧ୍ୟରେ ବିବାଦ। ଶ୍ରାବଣ ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଦେଖାଦେଇଛି। ବିବାଦର ସମାଧାନ ନହେବାରୁ ନୀତିକାନ୍ତିରେ ବାଧା ଦେଖାଦେଇଛି। ନୀତିକାନ୍ତି ବନ୍ଦ ସତ୍ତ୍ବେ ଜଳଲାଗି ଜାରି ରହିଛି। ବିନା ପୂଜାରେ ଜଳଲାଗି କରୁଛନ୍ତି ଭକ୍ତ। କଡ଼ା ସୁରକ୍ଷା ଭିତରେ ଯାଇ ଜଳଲାଗି କରୁଛନ୍ତି। “ହର ହର ମହାଦେବ” ଧ୍ୱନିରେ କମ୍ପୁଛି ଲିଙ୍ଗରାଜ ମନ୍ଦିର।
ଅନ୍ୟପଟେ, ଶ୍ରାବଣ ମାସ ପ୍ରଥମ ସୋମବାରରେ ବାବା ଧବଳେଶ୍ବରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। କାଉଡିଆମାନେ ନିଜର ମାନସିକ ଜଳ ଭାର ଆଣି ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରିଛନ୍ତି । ରାତି ୪ଟାରେ ପହଡ ଖୋଲା ଯାଇ ସମସ୍ତ ନୀତିକାନ୍ତି କରାଯିବା ପରେ ଶ୍ରାବଣୀ ଲିଙ୍ଗରେ କାଉଡିଆ ମାନେ ଜଳ ଲାଗି କରିଥିଲେ | ମହାନଦୀ ଗର୍ଭରେ ବାବାଙ୍କ ମନ୍ଦିର ଥିବାରୁ ଭକ୍ତ ଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ଘାଟରେ ସୁରକ୍ଷା ବ୍ୟବସ୍ଥା କରିବା ସହ ଅଗ୍ନିଶମ ବିଭାଗ, ଓଡ୍ରାଫ କୁ ନିୟୋଜିତ କରାଯାଇଛି ।