ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ : ଆଜି ଦିନଟି ସାଧାରଣ ରହିବ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ଅଧିକ ରହିପାରେ, କିନ୍ତୁ ପରିଶ୍ରମର ଭଲ ଫଳ ମିଳିବ । ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିପାରନ୍ତି, ତେବେ ନୂଆ ବିନିଯୋଗକୁ ଏଡ଼ାନ୍ତୁ । ପରିବାରରେ ଶାନ୍ତି ବଜାୟ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ ଏବଂ ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ ।

ବୃଷ : ଆଜି ମିଶ୍ରିତ ଫଳ ମିଳିବ । କାର୍ଯ୍ୟକ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଆସିପାରେ, କିନ୍ତୁ ଧୈର୍ଯ୍ୟ ରଖିଲେ ସଫଳତା ପାଇବେ । ଆୟ ଭଲ ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ : ବ୍ୟବସାୟ ପାଇଁ ଦିନଟି ଅନୁକୂଳ । ଆର୍ଥିକ ଲାଭର ଯୋଗ ରହିଛି । ପରିବାର ସହ ଭଲ ସମୟ କାଟିବେ । ବନ୍ଧୁଙ୍କ ସହ ଭ୍ରମଣ କିମ୍ବା ମନୋରଞ୍ଜନର ସୁଯୋଗ ମିଳିପାରେ । ସାମାଜିକ କାର୍ଯ୍ୟରେ ସମ୍ମାନ ବଢ଼ିବ । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ପ୍ରଫୁଲ୍ଲିତ ରହିବ ।

କର୍କଟ : ଆଜି ଦିନଟି ଭଲ ରହିବ । ବ୍ୟବସାୟରେ ଲାଭ ମିଳିବ ଏବଂ କାର୍ଯ୍ୟକ୍ଷେତ୍ରରେ ସଫଳତା ଆସିବ । ପରିବାରର ସହଯୋଗ ମିଳିବ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି । ଥକାପଣ ଅନୁଭବ କରିପାରନ୍ତି, ତେଣୁ ବିଶ୍ରାମ ନିଅନ୍ତୁ । ଯାନ ଚଳାଇବା ବେଳେ ସତର୍କ ରୁହନ୍ତୁ ।

ସିଂହ : ଆଜି ଶୁଭ ଫଳ ମିଳିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ଓ ଆର୍ଥିକ ଲାଭ ମିଳିପାରେ । ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି । ବନ୍ଧୁଙ୍କ ସହ ସାକ୍ଷାତ ଲାଭଦାୟକ ହେବ । ପରିବାରରେ ଖୁସିର ପରିବେଶ ରହିବ । ଛାତ୍ରଛାତ୍ରୀମାନେ ସଫଳତା ପାଇବେ ।

କନ୍ୟା : ଦିନଟି ମିଶ୍ରିତ ରହିବ । କାମର ଚାପ ବଢ଼ିପାରେ, କିନ୍ତୁ ପରିଶ୍ରମର ଫଳ ମିଳିବ । ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପରିବାରରେ ଛୋଟଖାଟ ମତଭେଦ ହୋଇପାରେ । ଅନାବଶ୍ୟକ ଯାତ୍ରାକୁ ଏଡ଼ାନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।

ତୁଳା : ଆଜି କାର୍ଯ୍ୟରେ ସଫଳତା ମିଳିବ । ନୂଆ ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଭଲ । ବନ୍ଧୁ ଓ ପରିବାର ସହ ଭଲ ସମୟ କାଟିବେ । ବ୍ୟବସାୟରେ ଅଗ୍ରଗତି ହେବ । ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବିଛା : ଆଜି ଆର୍ଥିକ ଲାଭର ଭଲ ସମ୍ଭାବନା ରହିଛି । ବ୍ୟବସାୟରେ ଉନ୍ନତି ହେବ । ପରିବାର ସହ ଆନନ୍ଦରେ ସମୟ ବିତାଇବେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ, ତେଣୁ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଧନୁ : ଆଜି ଭଲ ଦିନ । କାର୍ଯ୍ୟରେ ସଫଳତା ଓ ଆର୍ଥିକ ଲାଭ ମିଳିବ । ବାକ୍ଚାତୁର୍ଯ୍ୟ ଯୋଗୁଁ ସମ୍ପର୍କ ମଜବୁତ ହେବ । ପରିବାରରେ ଖୁସିର ପରିବେଶ ରହିବ । ଶୁଭ ଖବର ମିଳିପାରେ ଏବଂ ଭ୍ରମଣର ଯୋଗ ରହିଛି ।

ମକର : ଆଜି ଦିନଟି ସାଧାରଣ ରହିବ । କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଆସିପାରେ, କିନ୍ତୁ ସତର୍କତାର ସହ କାମ କଲେ ସଫଳ ହେବେ । ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାରର ସହଯୋଗ ମିଳିବ ।

କୁମ୍ଭ : ଆଜି ଆପଣଙ୍କ ପାଇଁ ଶୁଭ ଦିନ । ଆର୍ଥିକ ଲାଭ ଓ କାର୍ଯ୍ୟରେ ସଫଳତା ମିଳିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ । ଚାକିରି ଓ ବ୍ୟବସାୟରେ ଉନ୍ନତିର ଯୋଗ ରହିଛି । ବୈବାହିକ ଜୀବନ ସୁଖମୟ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ମୀନ : ଆଜି ଦିନଟି ଅନୁକୂଳ ରହିବ । ବ୍ୟବସାୟରେ ଲାଭ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । କାମର ଚାପ ଅଧିକ ରହିପାରେ, କିନ୍ତୁ ସମସ୍ତ କାର୍ଯ୍ୟ ସମୟରେ ସମାପ୍ତ କରିବେ । ପରିବାରରେ ଖୁସିର ପରିବେଶ ରହିବ । ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ଏବଂ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

Leave a comment