ମାଆ ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ । ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଗଣତି ଶେଷ ହୋଇଛି । ଦୀର୍ଘ ଦଶ ଘଣ୍ଟା ପରେ ହୁଣ୍ଡିରୁ ନଗଦ ୫୪ ଲକ୍ଷ ୧୫ହଜାର ୯୦୨, ୧୭୬୪ ଗ୍ରାମ ରୂପା ଓ ୬୪ଗ୍ରାମ ସୁନା ବାହାରିବା ସହ ୧୧ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଛି । ମୋଟ ସଂଗ୍ରହ ଅର୍ଥ ମନ୍ଦୀର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସରେ ରାୟଗଡା ୟୁନିଅନ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଛି । ଆଜିର ଗଣତି ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୧୦୦ ଜଣ ମହିଳା ସାମିଲ ହୋଇଥିଲେ । ଦାନ ହୁଣ୍ଡିରୁ ବାହାରିଥିବା ଅର୍ଥ ମନ୍ଦିରର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି।
Trending
- ମାଆ ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ
- ନେପାଳ ବନ୍ୟା: ଏପର୍ଯ୍ୟନ୍ତ ୯୦୩ ମୃତଦେହ ଉଦ୍ଧାର ସମେତ ୪,୦୦୦ ରୁ ଅଧିକ ନିଖୋଜ
- କଟକରେ ନାବାଳିକା ଅପହରଣ ମାମଲା: ଜଣେ ବୃଦ୍ଧଙ୍କ ଫଟୋ ଜାରି କରି ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ପୋଲିସ
- ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି
- ଆରପାରିରେ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୩୭ ସଂସ୍କରଣ: ସରକାରଙ୍କ ଲକ୍ଷ୍ୟ ସ୍ପଷ୍ଟ, ନିଶାମୁକ୍ତ ଯୁବପିଢ଼ି ଏବଂ ଭାରତ
- ଜୁଏଲ ଓରାମ ନିଜ ଦଳର ନେତାଙ୍କ ବିରୋଧରେ ଯେଉଁ ସାଂଘାତିକ ବୟାନ ଦେଇଛନ୍ତି, ତାହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ – ମନମୋହନ ସାମଲ
- ନେପାଳ ବନ୍ୟା : ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ୭ ମୃତଦେହ ଉଦ୍ଧାର
- ତିବ୍ବତ-ନେପାଳ ସୀମାରେ ଆଉ ଏକ ଗ୍ଲେସିୟର ହ୍ରଦ ଫାଟିଯିବା ପରେ ଭୟାବହ ବନ୍ୟାର ଆଶଙ୍କା,ବିହାରରେ ହାଇଆଲର୍ଟ
- ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀ: ନିଶା ସିଣ୍ଡିକେଟ ଧ୍ବଂସ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ମୋହନ ଚରଣ ମାଝୀ