ଅତ୍ୟଧିକ ସ୍ନାନ ଯୋଗୁ ଜ୍ବରରେ ପୀଡ଼ିତ ହେବେ ଶ୍ରୀଜିଉ,ଆସନ୍ତାକାଲିଠାରୁ ଅଲାରନାଥରେ ଆରମ୍ଭ ହେବ ଅଣସର ଦର୍ଶନ

ଅତ୍ୟଧିକ ସ୍ନାନ ଯୋଗୁ ଜ୍ବରରେ ପୀଡ଼ିତ ହେବେ ଶ୍ରୀଜିଉ । ମହାପ୍ରଭୁଙ୍କ ଅଣସର ଯୋଗୁ ଶ୍ରୀମନ୍ଦିରରେ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଏଥିପାଇଁ ଆସନ୍ତାକାଲିଠାରୁ ଅଲାରନାଥରେ ଆରମ୍ଭ ହେବ ଅଣସର ଦର୍ଶନ । ବିଶ୍ୱାସ ରହିଛି, ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ, ଅଣସର ସମୟରେ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କୁ ଦର୍ଶନ କଲେ ସମାନ ପୂଣ୍ୟ ମିଳିଥାଏ । ଏଥିପାଇଁ କାଲି ଠାରୁ ୧୪ ଦିନ ଦିନ ପାଇଁ ଅଲରାନାଥଙ୍କ ଦର୍ଶନ ପାଇଁ ଭିଡ଼ ଜମିବ । ପୁରୀରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତଙ୍କୁ ଅଲାରନାଥଙ୍କ ରୂପରେ ଦର୍ଶନ ଦେବେ ପ୍ରଭୁ ଜଗନ୍ନାଥ । ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରାଯାଇଛି । ଭୋର ୪ଟାରୁ ମନ୍ଦିର ଖୋଲା ଯାଇ ମଙ୍ଗଳ ଆଳତି ପରେ ସର୍ବସାଧାରଣ ଦର୍ଶନ ଚାଲୁ ରହିବ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ଏଥିସହ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୨୦ ଜଣ ଆଇଆଇସିଙ୍କ ସମେତ ମୋଟ ୫୦ ଜଣ ଅଫିସର ନିୟୋଜିତ ରହିବେ । ୭୦ଟି ସିସିଟିଭି କ୍ୟାମେରା ନଜରରେ ରହିବ ଅଲାରନାଥ ମନ୍ଦିର । ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Leave a comment