ଭାରତରେ ଆଉ ଏକ ଶସ୍ତା ଫୋନ୍ ଲଞ୍ଚ କରିଛି Samsung,କମ୍ପାନୀ ଏହି ସ୍ମାର୍ଟଫୋନ୍କୁ କେବଳ Amazon ରେ ଲଞ୍ଚ କରିଛି
ଭାରତରେ ଆଉ ଏକ ଶସ୍ତା ଫୋନ୍ ଲଞ୍ଚ କରିଛି Samsung । ସାଉଥ୍ କୋରିଆନ୍ କମ୍ପାନୀର ଏହି ସ୍ମାର୍ଟଫୋନ୍ Galaxy M ସିରିଜରେ ଉପସ୍ଥାପନ କରାଯାଇଛି । ଏହି ଫୋନରେ ଏକ ପାୱାରଫୁଲ୍ 6000mAh ବ୍ୟାଟେରୀ ଅଛି ଏବଂ ଏଥିରେ ଏକ Qualcomm ଚିପସେଟ୍ ମଧ୍ୟ ଅଛି । Samsung Galaxy M47 ଭାରତରେ ୪ ଜୁଲାଇରେ ସେଲ୍ ପାଇଁ ଉପଲବ୍ଧ ହେବ । କମ୍ପାନୀ ଏହି ସ୍ମାର୍ଟଫୋନ୍କୁ କେବଳ Amazon ରେ ଲଞ୍ଚ କରିଛି । ନୂଆ ପ୍ରାଇମ୍ ଡେ ସେଲ୍ ୪ ଜୁଲାଇରେ ଇ-କମର୍ସ ୱେବସାଇଟରେ ଆରମ୍ଭ ହେଉଛି ।
ଫିଚର୍ସ:
ଏହି ସ୍ମାର୍ଟଫୋନରେ ୬.୭ ଇଞ୍ଚ FHD+ ସୁପର AMOLED ଡିସପ୍ଲେ ରହିଛି । ଏଥିରେ ଏକ ଇନଫିନିଟି-O ଡିସପ୍ଲେ ପ୍ୟାନେଲ ରହିଛି ଯାହା ୧୨୦Hz ରିଫ୍ରେସ୍ ରେଟ୍ ଏବଂ ୧୪୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହା Corning Gorilla Glass Victus+ ଦ୍ୱାରା ସୁରକ୍ଷିତ ।
Samsung Galaxy M47 ରେ Qualcomm Snapdragon 6 Gen 3 ଚିପସେଟ୍ ଦିଆଯାଇଛି, ଯାହା ୮GB ପର୍ଯ୍ୟନ୍ତ RAM ଏବଂ ୨୫୬GB ଷ୍ଟୋରେଜ୍ ସହିତ ଆଡ୍ ହୋଇଛି । ଏହି ଷ୍ଟୋରେଜକୁ microSD କାର୍ଡ ମାଧ୍ୟମରେ 2TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ । ଫୋନଟି ବ୍ୟାକରେ ୫୦MP ପ୍ରାଇମେରୀ OIS କ୍ୟାମେରା ସହିତ 8MP ଅଲଟ୍ରା-ୱାଇଡ୍ ଏବଂ 2MP ମାକ୍ରୋ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ୧୨MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।
ଏହି Samsung ସ୍ମାର୍ଟଫୋନରେ 6000mAh ବ୍ୟାଟେରୀ ଅଛି ଏବଂ ଏହା 45W ୱାୟର୍ଡ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ। ଏହି ଫୋନଟି Android 16 ଉପରେ ବେସ୍ଡ OneUI 8.5 ରେ ଚାଲିଥାଏ । କମ୍ପାନୀ ଛଅ ବର୍ଷର ସିକ୍ୟୁରିଟି ଅପଡେଟ୍ର ପ୍ରତିଶ୍ରୁତି ଦେଇଛି । ଏଥିରେ ଏକ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର, WiFi, ବ୍ଲୁଟୁଥ୍ 5.3 ଏବଂ NFC ମଧ୍ୟ ରହିଛି।
ପ୍ରାଇସ୍:
ଏହି Samsung ଫୋନଟି ୨୨,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଛି । ଏହା ରୋଜ୍ ରେଡ୍ ଏବଂ ବ୍ଲେଜ୍ ବ୍ଲୁ କଲର ଅପ୍ସନରେ ଉପଲବ୍ଧ । ଏହାକୁ 6GB/8GB RAM ଏବଂ 128GB/256GB ଷ୍ଟୋରେଜ୍ ଭାରିଆଣ୍ଟରେ କିଣାଯାଇପାରିବ । ଏହି ଫୋନର ପ୍ରଥମ ସେଲ୍ ୪ ଜୁଲାଇରେ Amazon Prime Day ସେଲ୍ ସମୟରେ ଆରମ୍ଭ ହେବ । କମ୍ପାନୀ ଏହି ଫୋନର କ୍ରୟ ଉପରେ କୁପନ୍ ଡିସକାଉଣ୍ଟ ସହିତ ଅଫର ମଧ୍ୟ ପ୍ରଦାନ କରିବ।