Browsing Category

National

ଜେଲେନସ୍କିଙ୍କ ସହ କଥାହେଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ ଆଲୋଚନା କରିଥିଲେ ଓ ରୁଷ ସହିତ ଚାଲିଥିବା ବିବାଦର କୌଣସି ସାମରିକ ସମାଧାନ ହୋଇପାରିବ ନାହିଁ ବୋଲି କହିଥିଲେ ।ସେମାନଙ୍କ ଟେଲିଫୋନିକ୍ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଜାତୀୟ ଦଳ ଘୋଷଣା କରିବେ କେସିଆର

୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ଅଛି। ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡ଼ିଲେଣି | ଏହି କ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ନିଜକୁ ଜାତୀୟ ନେତା ଭାବେ ପରିଚିତ କରାଇବା ପାଇଁ ବିଜେପି ବିରୋଧୀ

ଜମ୍ମୁ କଶ୍ମୀରର ଜେଲ ଡିଜି ଏଚ୍ କେ ଲୋହିଆଙ୍କୁ ହତ୍ୟା

ଜମ୍ମୁ କଶ୍ମୀରର ଜେଲ ଡିଜି ଏଚ୍ କେ ଲୋହିଆଙ୍କୁ ହତ୍ୟା। ଜମ୍ମୁ ଉଦୟିୱାଲାସ୍ଥିତ ଘରୁ ଲୋହିଆଙ୍କର ମୃତଦେହ ଉଦ୍ଧାର ହୋଇଛି । ୫୭ ବର୍ଷୀୟ ଲୋହିଆଙ୍କ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ହତ୍ୟା ପରେ ତାଙ୍କୁ

ଜୁଆ ବିଜ୍ଞାପନ ବିରୋଧରେ ଜାରି ହେଲା ସାନି ମାର୍ଗଦର୍ଶିକା

କେତେକ ଘରୋଇ ଟିଭି ଚାନେଲ ଏବଂ ଡିଜିଟାଲ ମିଡିଆରେ ଜୁଆ ଖେଳ ଓ ସଟ୍ଟାବାଜି ସମ୍ପର୍କରେ ପ୍ରକାଶ ପାଉଥିବା ବିଜ୍ଞାପନକୁ ନେଇ ଉଦବେଗ ପ୍ରକାଶ କରିଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଏଭଳି ବିଜ୍ଞାପନର ପ୍ରଲୋଭନରେ ପଡ଼ି ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ

ହାଲ୍‌କା ଲଢୁଆ ହେଲିକୋପ୍ଟର (ଏଲ୍‌ସିଏଚ୍‌)‘ପ୍ରଚଣ୍ଡ’ଭାରତୀୟ ବାୟୁସେନାରେ ସାମିଲ

ସମ୍ପୂର୍ଣ୍ଣ ସ୍ୱଦେଶୀ ଡିଜାଇନ ଓ କାରିଗରୀ ଜ୍ଞାନ କୌଶଳରେ ବିକଶିତ ହାଲ୍‌କା ହେଲିକୋପ୍ଟର (ଏଲ୍‌ସିଏଚ୍‌) “ପ୍ରଚଣ୍ଡ”ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଅଧ୍ୟକ୍ଷତା କରି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ କହିଛନ୍ତି

ଭାରତୀୟ ବାୟୁସେନାରେ ସାମିଲ ହେବ ଲାଇଟ କମ୍ବାଟ ହେଲିକପ୍ଟର

ଆଜି ଭାରତୀୟ ବାୟୁସେନା ପାଇଁ ଐତିହାସିକ ଦିନ । ଭାରତୀୟ ବାୟୁସେନାରେ ସାମିଲ ହେବ ସ୍ୱଦେଶୀ ହାଲୁକା ଲଢୁଆ ହେଲିକପ୍ଟର । ଏହାର ନା ରହିଛି ଲାଇଟ୍ କମ୍ବାଟ ହେଲିକପ୍ଟର ବା ଏଲସିଏଚ । ଯୋଧପୁର ଏୟାରବେସରେ ୧୦ଟି ଏଲସିଏଚ ବାୟୁସେନାରେ ସାମିଲ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି

ଭାରତର ପ୍ରଥମ ମଙ୍ଗଳଯାନ ଅଭିଯାନର ଅନ୍ତ

ଦୀର୍ଘ ୮ ବର୍ଷ ପରେ ଭାରତର ପ୍ରଥମ ମଙ୍ଗଳଯାନ ଅଭିଯାନର ଅନ୍ତ । ଅର୍ବିଟର ମହାକାଶଯାନରୁ ଇନ୍ଧନ ଓ ବ୍ୟାଟେରୀ ଶେଷ ହେବା ପରେ ଭୂ-ପୃଷ୍ଠରେ ଥିବା ଷ୍ଟେସନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ୨୦୧୩ ନଭେମ୍ବର ୫ରେ ପିଏସ୍ଏଲଭି ସି-୨୫ ରକେଟ୍ ସହାୟତାରେ ୪୫୦ କୋଟି ଟଙ୍କାର ମାର୍ସ ଅର୍ବିଟର ମିଶନ

ମ୍ୟାଚ ଜିତିବାକୁ ରୋହିତ ବାହିନୀର ଲକ୍ଷ୍ୟ

ବିଶ୍ବକପ୍ ପୂର୍ବରୁ ଟିମ ଇଣ୍ଡିଆ ଆଜି ମ୍ୟାଚ ଜିତିବାକୁ ପଡ଼ିଆକୁ ଓହ୍ଲାଇବ । ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମୁକାବିଲା ଅଛି । ଏହି ମ୍ୟାଚ ଜିତିଲେ ସିରିଜ ହାତେଇବ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ଯେଉଁଭଳି ଭାରତୀୟ ବ୍ୟାଟସମ୍ୟାନ ମାନେ ଖେଳିଥିଲେ ଆଜି ମଧ୍ୟ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ପାଳନ କରାଯାଉଛି ଗାନ୍ଧୀ ଜୟନ୍ତୀ । ବିଶେଷ କରି ରାଜଘାଟରେ ଥିବା ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ନେତାବୃନ୍ଦ ଉପସ୍ଥିତ ହୋଇ ମହାତ୍ମାଙ୍କୁ

ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ପ୍ରାର୍ଥୀପତ୍ର ଦାଖଲ କରିବାର ଦିନକ ପରେ ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡ଼ଗେ । କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। କଂଗ୍ରେସର ଉଦୟପୁର ପ୍ରସ୍ତାବ ଅନୁସାରେ