Browsing Category

National

ଦିଲ୍ଲୀରେ ଭଯଙ୍କର ବାୟୁ ପ୍ରଦୂଷଣ

ସୋମବାର ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜୀବନ ପ୍ରତି ବିପଦ ସ୍ତରରେ ପହଞ୍ଚିବା ପରେ  ଜିଆର୍‌ଏପି-୪ ଲାଗୁ କରାଯାଇଛି। ଆଜିଠାରୁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ଅଫ୍‌ଲାଇନ ମୋଡ୍‌ରେ ଖୋଲିବ। ଅନ୍ୟ ସମସ୍ତ ଶ୍ରେଣୀ ପାଇ ଅନଲାଇନରେ ପାଠପଢ଼ା ହେବ।

ସଚିନଙ୍କ X ପୋଷ୍ଟ୍‌କୁ ନେଇ ଝଡ଼

ଅବସର ନେବାର ଠିକ୍‌ ୧୧ ବର୍ଷ ଗୋଟିଏ ଦିନ ପରେ ସଚିନ ତେନ୍ଦୁଲକର ନିଜ ଖେଳ ଜୀବନରେ ଅମ୍ପାୟାରଙ୍କ ବିରୋଧରେ ପରୋକ୍ଷରେ ସ୍ବର ଉଠାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସଚିନ ଛାଡ଼ିଥିବା ଏକ ଛୋଟିଆ ପୋଷ୍ଟ୍‌ ହିଁ ତୁରନ୍ତ ଝଡ଼ ସୃଷ୍ଟି କରିଛି। ସଚିନଙ୍କ ପୁରୁଣା ପ୍ରଶଂସକ ଏହାର ଅର୍ଥ, ଅଭିପ୍ରାୟ…

ଭାରତ ସେମିରେ ଜାପାନକୁ ଭେଟିବ

ବିହାରର ରାଜଗିରରେ ଚାଲିଥିବା ମହିଳା ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ପୂର୍ବରୁ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିସାରିଥିବା ଭାରତ ରବିବାରର ଶେଷ ଲିଗ୍‌ ମ୍ୟାଚ୍‌ରେ ଜାପାନକୁ ୩-୦ ଗୋଲ୍‌ରେ ହରାଇଛି। ଫଳରେ ଭାରତ ୫ରୁ ୫ ମ୍ୟାଚ୍‌ ଜିତି…

ମଣିପୁର ସ୍ଥିତି ଅଣାୟତ୍ତ ,ଆଇନ ଶୃଙ୍ଖଳା ସମୀକ୍ଷା କରିବେ ଆରପିଏଫ୍ ଡିଜି

ମଣିପୁରରେ ହିଂସାକାଣ୍ଡକୁ ନେଇ ସ୍ଥିତି ଅନିୟନ୍ତ୍ରିତ ହେବା ପରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିଆରପିଏଫ୍ ଡିଜି ଅନୀଶ ଦୟାଲଙ୍କୁ ମଣିପୁର ପଠାଯାଇଛି। ସେ ସେଠାରେ ଆଇନ ଶୃଙ୍ଖଳାର ସମୀକ୍ଷା କରିବେ। ସେପଟେ କେନ୍ଦ୍ର…

ଶିଶୁ ଓ୍ବାର୍ଡରେ ନିଆଁ ,୧୦ ନବଜାତ ଶିଶୁଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ ଝାନ୍ସିସ୍ଥିତ ରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜର ଶିଶୁ ଓ୍ବାର୍ଡରେ ଶୁକ୍ରବାର ରାତିରେ ନିଆଁଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିବା ସହ କେତେଜଣ ଆହତ ହୋଇଛନ୍ତି। କେତେଜଣ ଶିଶୁ ଜଳିଯାଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ଅନ୍ୟ କେତେଜଣଙ୍କ ଜୀବନ ଯାଇଛି। ଅନ୍ୟ ୩୭ ଜଣଙ୍କୁ ଉଦ୍ଧାର…

ଆଜି ଜନ ଜାତୀୟ ଗୌରବ ଦିବସ,ଆଦିବାସୀଙ୍କ ବିକାଶ ପାଇଁ ୬ ହଜାର କୋଟି ପ୍ରକଳ୍ପର ଘୋଷଣା

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିହାର ଜମୁଇରେ ଜନ ଜାତୀୟ ଗୌରବ ଦିବସ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଏହି ସମୟରେ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟରେ ନାଚିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ନାମର ଡାକ ଟିକଟ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚନ…

ଥମୁନାହିଁ ବିମାନକୁ ବୋମା ଧମକ, ମୁମ୍ବାଇ ବିମାନବନ୍ଦରକରୁ ବୋମା ଧମକ

ଥମୁନାହିଁ ବିମାନକୁ ବୋମା ଧମକ। କିଛି ଦିନ ଅନ୍ତରରେ ପୁଣି ଥରେ ଏକ ଅଜଣା ବ୍ୟକ୍ତି ବିମାନବନ୍ଦରକୁ ବୋମା ଧମକ ଦେଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ଗତ କିଛି ଦିନ ମଧ୍ୟରେ ଅନେକ ବିମାନକୁ ବୋମା ଧମକ ମିିଳି ସାରିଥିବା ବେଳେ ବୁଧବାର ଅପରାହ୍ନରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ…

୧୬ରୁ ଛଅ ଦିନିଆ ବିଦେଶ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ

୧୬ରୁ ୨୧ ତାରିଖ ପର୍ୟ୍ୟନ୍ତ ୬ ଦିନିଆ ନାଇଜେରିଆ, ବ୍ରାଜିଲ୍ ଓ ଗୁଏନା ଗସ୍ତରେ ଯିବେ  । ପ୍ରଥମେ ମୋଦୀ ୧୬ ଓ ୧୭ ତାରିଖ ନାଇଜେରିଆ ଗସ୍ତରେ ଯିବେ। ସେଠାକାର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରେ ମୋଦୀ ଏହି ଗସ୍ତ କରୁଛନ୍ତି । ୧୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ…

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ହତ୍ୟା ଧମକ

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ହତ୍ୟା ଧମକ | ଫୋନ୍ କଲ କରି ୫୦ ଲକ୍ଷ ଟଙ୍କା ମାଗିଛନ୍ତି ଦୁର୍ବୃତ୍ତ । ୨ ଦିନ ମଧ୍ୟରେ ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଦୁର୍ବୃତ୍ତ । ନେବିହାର ଦାନେପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଅଭିନେତ୍ରୀ।

ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ବୁଡଡୋଜର ଆକ୍ସନ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଏକ ମାମଲାର ଶୁଣାଣୀ କରି ଜଷ୍ଟିସ ବି.ଆର ଗଭଇ କହିଛନ୍ତି । ସେ କହିଛନ୍ତି, କୌଣସି ଅଭିଯୁକ୍ତ କିମ୍ବା ଦୋଷୀଙ୍କ ଘର ଉପରେ ବୁଲଜୋଡର ଚଢ଼ାଇବା ଗ୍ରହଣୀୟ ନୁହେଁ । ଏଭଳି କାର୍ଯ୍ୟରେ ସରକାରୀ କ୍ଷମତାର ଦୁରୂପଯୋଗ କରାଯିବା ଉଚିତ ନୁହେଁ । ଏହି…