ଆମେରିକାର ପ୍ରଯୁକ୍ତି କମ୍ପାନୀ ସିସ୍କୋ ଏହାର ୪୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତି ନେଇଛି। ମେଟା, ଆମାଜନ ଓ ଓରାକଲ୍ ପରେ ଏହା ହେଉଛି ଅନ୍ୟତମ ପ୍ରମୁଖ ପ୍ରଯୁକ୍ତି କମ୍ପାନି ଯାହା କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ପ୍ରଭାବରେ କର୍ମଚାରୀ ସଂଖ୍ୟା କମ୍ କରିବାକୁ ବାଧ୍ୟ ହୋଇଛି। କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ମେମୋରେ କମ୍ପାନିର ସିଇଓ ଚୁକ୍ ରବିନ୍ସ କହିଛନ୍ତି ଯେ ଏଆଇ ଯୁଗରେ ବିଜୟ ହାସଲ କରିବାକୁ ହେଲେ କେଉଁଥିରେ ନିବେଶ କରାଯିବ ତାହାକୁ ନେଇ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ।ରଣନୀତିରେ ଏହି ପରିବର୍ତ୍ତନ ପାଇଁ କମ୍ପାନି ୪୦୦୦ ପାଖାପାଖି କର୍ମଚାରୀ କମ୍ କରିବାକୁ ପଡ଼ିବ। ସାରା ବିଶ୍ବରେ ସିସ୍କୋ ପାଇଁ ୮୦,୦୦୦ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ଭିତରୁ ୫ ପ୍ରତିଶତରୁ ଛଟେଇ କରାଯିବ। ତେବେ ଏହି ପଦକ୍ଷେପ ଦ୍ବାରା କେଉଁ ବିଭାଗର କର୍ମଚାରୀମାନେ ପ୍ରଭାବିତ ହେବେ ତାହା କମ୍ପାନି ପକ୍ଷରୁ କୁହାଯାଇନାହିଁ।ଛଟେଇର ଶିକାର ହେବାକୁ ଥିବା କର୍ମଚାରୀମାନଙ୍କୁ କମ୍ପାନି ପକ୍ଷରୁ ଆର୍ଥିକ ସହାୟତା, ବୋନସ୍ ଓ ଅନ୍ୟାନ୍ୟ ସମ୍ବଳ ପ୍ରଦାନ କରାଯିବ। ଛଟେଇ ପାଇଁ କର୍ମଚାରୀଙ୍କ ପ୍ରାପ୍ୟ ବାବଦରେ କମ୍ପାନିକୁ ପ୍ରାୟ ୧୦୦ କୋଟି ଡଲାର ଖର୍ଚ୍ଚ କରିବାକୁ ପଡ଼ିବ। ପ୍ରଭାବିତ କର୍ମଚାରୀମାନେ ଏକ ବର୍ଷ ପର୍ଯ୍ୟନ୍ତ ସିସ୍କୋ ୟୁ ପାଠ୍ୟକ୍ରମ ଓ ସାର୍ଟିଫିକେସନ୍ ସୁବିଧା ପାଇପାରିବେ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ