ଆମେରିକାର ପ୍ରଯୁକ୍ତି କମ୍ପାନୀ ସିସ୍କୋ ଏହାର ୪୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତି ନେଇଛି। ମେଟା, ଆମାଜନ ଓ ଓରାକଲ୍ ପରେ ଏହା ହେଉଛି ଅନ୍ୟତମ ପ୍ରମୁଖ ପ୍ରଯୁକ୍ତି କମ୍ପାନି ଯାହା କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ପ୍ରଭାବରେ କର୍ମଚାରୀ ସଂଖ୍ୟା କମ୍ କରିବାକୁ ବାଧ୍ୟ ହୋଇଛି। କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ମେମୋରେ କମ୍ପାନିର ସିଇଓ ଚୁକ୍ ରବିନ୍ସ କହିଛନ୍ତି ଯେ ଏଆଇ ଯୁଗରେ ବିଜୟ ହାସଲ କରିବାକୁ ହେଲେ କେଉଁଥିରେ ନିବେଶ କରାଯିବ ତାହାକୁ ନେଇ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ।ରଣନୀତିରେ ଏହି ପରିବର୍ତ୍ତନ ପାଇଁ କମ୍ପାନି ୪୦୦୦ ପାଖାପାଖି କର୍ମଚାରୀ କମ୍ କରିବାକୁ ପଡ଼ିବ। ସାରା ବିଶ୍ବରେ ସିସ୍କୋ ପାଇଁ ୮୦,୦୦୦ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ଭିତରୁ ୫ ପ୍ରତିଶତରୁ ଛଟେଇ କରାଯିବ। ତେବେ ଏହି ପଦକ୍ଷେପ ଦ୍ବାରା କେଉଁ ବିଭାଗର କର୍ମଚାରୀମାନେ ପ୍ରଭାବିତ ହେବେ ତାହା କମ୍ପାନି ପକ୍ଷରୁ କୁହାଯାଇନାହିଁ।ଛଟେଇର ଶିକାର ହେବାକୁ ଥିବା କର୍ମଚାରୀମାନଙ୍କୁ କମ୍ପାନି ପକ୍ଷରୁ ଆର୍ଥିକ ସହାୟତା, ବୋନସ୍ ଓ ଅନ୍ୟାନ୍ୟ ସମ୍ବଳ ପ୍ରଦାନ କରାଯିବ। ଛଟେଇ ପାଇଁ କର୍ମଚାରୀଙ୍କ ପ୍ରାପ୍ୟ ବାବଦରେ କମ୍ପାନିକୁ ପ୍ରାୟ ୧୦୦ କୋଟି ଡଲାର ଖର୍ଚ୍ଚ କରିବାକୁ ପଡ଼ିବ। ପ୍ରଭାବିତ କର୍ମଚାରୀମାନେ ଏକ ବର୍ଷ ପର୍ଯ୍ୟନ୍ତ ସିସ୍କୋ ୟୁ ପାଠ୍ୟକ୍ରମ ଓ ସାର୍ଟିଫିକେସନ୍ ସୁବିଧା ପାଇପାରିବେ।
Trending
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
- ମାଆ ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ
- ନେପାଳ ବନ୍ୟା: ଏପର୍ଯ୍ୟନ୍ତ ୯୦୩ ମୃତଦେହ ଉଦ୍ଧାର ସମେତ ୪,୦୦୦ ରୁ ଅଧିକ ନିଖୋଜ
- କଟକରେ ନାବାଳିକା ଅପହରଣ ମାମଲା: ଜଣେ ବୃଦ୍ଧଙ୍କ ଫଟୋ ଜାରି କରି ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ପୋଲିସ