ସୁନାର ଚଢ଼ା ଦର ମଧ୍ୟରେ ବି ଅକ୍ଷୟ ତୃତୀୟାରେ ବେଶ ସୁନା କିଣିଛନ୍ତି ଲୋକ । ରାଜ୍ୟରେ ୨ଶହ କୋଟି ଟଙ୍କାର ସୁନା ବିକ୍ରି ହୋଇଛି । ପୂର୍ବବର୍ଷ ତୁଳନାରେ ଏ ବର୍ଷ ଅକ୍ଷୟ ତୃତୀୟରେ ସୁନା ଦର ହୋଇଯାଇଛି ୫୨ ହଜାର ଟଙ୍କାରୁ ଅଧିକ ମହଙ୍ଗା । ଏହାସତ୍ତ୍ୱେ ଲୋକେ ପରମ୍ପରାକୁ ଆଗେଇ ନେଇ ହାଲୁକା ଗହଣା ଆଡ଼ ଆଡ଼କୁ ମୁହାଁଇଛନ୍ତି। ଅପେକ୍ଷାକୃତ କମ୍ ଦର ଯୋଗୁ ୧୮ କ୍ୟାରେଟ୍ ସୁନା ଗହଣା ଏବଂ ହୀରା ଗହଣାର ଏକ ନୂଆ ଟ୍ରେଣ୍ଡ୍ ତିଆରି ହୋଇଛି। ଏ ବର୍ଷ ବିକ୍ରିରେ ପ୍ରାୟ ୧୦% ଅଭିବୃଦ୍ଧି ଘଟିଥିବା ଜଣାପଡ଼ିଛି। ଗତବର୍ଷ ଅକ୍ଷୟ ତୃତୀୟାରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ଥିଲା ପ୍ରାୟ ପାଖାପାଖି ୯୦ ହଜାର ଟଙ୍କା ରହିଥିଲା। ଏ ବର୍ଷ ଏହା ଲକ୍ଷେ ୪୨ ହଜାର ଟଙ୍କା ଉପରେ । ଅର୍ଥାତ୍ ବର୍ଷକରେ ଦର ପାଖାପଖି ୬୦% ବଢ଼ିଯାଇଛି । ୨୪ କ୍ୟାରେଟ୍ ସୁନା ଦର ଏବେ ଲକ୍ଷେ ୫୫ ହଜାର ଉପରେ। ତେଣୁ ସାଧାରଣ ଲୋକେ ହାଲୁକା ଗହଣା କିଣି ଅକ୍ଷୟ ତୃତୀୟା ପରମ୍ପରାକୁ ବଜାୟ ରଖିଛନ୍ତି ।
Trending
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ