୭୦% ଷ୍ଟକ୍ ବଜାରରେ କ୍ଷତି

ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ନୂଆ ସର୍ବେକ୍ଷଣ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତି ତିନି ନିବେଶକଙ୍କ ଭିତରୁ ଜଣେ ଲେଖାଏଁ ବିପଦପୂର୍ଣ୍ଣ ଇଣ୍ଟ୍ରା-ଡେ ଟ୍ରେଡିଂ କରୁଛନ୍ତି। ସେମାନଙ୍କ ଭିତରୁ ୭୦ ପ୍ରତିଶତ କ୍ଷତି ସହୁଛନ୍ତି। ଦେଶରେ ୩୦ ବର୍ଷରୁ କମ୍ ବୟସର…

ବିବାହ କରିବେ ସାଇ ଧରମ

ତେଲୁଗୁ ଅଭିନେତା ସାଇ ଧରମ ତେଜ୍। ଅଭିନେତ୍ରୀ ତଥା ‘ଯବାନ’ ଫିଲ୍ମରେ ତାଙ୍କର ସହକଳାକାର ଥିବା ଅଭିନେତ୍ରୀ ମେହରୀନ ପୀରଜାଦାଙ୍କୁ ସେ ବିବାହ କରିବେ ବୋଲି ଜଣାପଡ଼ିଛି। ୨୦୨୧ମସିହାରେ ଏକ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ  ଅଭିନେତା। ୨୦୨୩ରେ ତାଙ୍କର କିଛି ଜରୁରୀ ଅସ୍ତ୍ରୋପଚାର…

ଗୁଗୁଲ୍ ମ୍ୟାପରେ ଯୋଡ଼ିହେବାକୁ ଯାଉଛି ନୂଆ ଫିଚର୍ 

ଯେଉଁ ସ୍ଥାନରେ କାମ କରୁନଥିଲା ଗୁଗୁଲ୍ ମ୍ୟାପ୍ ଏଣିକି କାମ କରିବ ଓ ସଠିକ୍ ବାଟ କଢେଇନେବ । ସହଜ ହେବ ଅଜଣା ସ୍ଥାନକୁ ଯାତ୍ରା । କାରଣ ଗୁଗୁଲ୍ ମ୍ୟାପରେ ଯୋଡ଼ିହେବାକୁ ଯାଉଛି ନୂଆ ଫିଚର୍ । ଏନେଇ ବଡ଼ ଘୋଷଣା କରିଛି ଗୁଗୁଲ୍ । ଭାରତରେ କାମ କରୁଥିବା ଗୁଗୁଲ୍ ମ୍ୟାପରେ ଆଉ ୬ଟି ନୂଆ ଫିଚର୍…

ବରିଷ୍ଠ ଭାଜପା ନେତାଙ୍କ ଦେହାନ୍ତ

ବରିଷ୍ଠ ଭାଜପା ନେତା ତଥା ରାଜ୍ୟ ସଭା ଏମ୍‌ପି ପ୍ରଭାସ ଝାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ମେଦାଣ୍ଟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ମୂଳତଃ ବିହାରର ଥିଲେ।ରାଜ୍ୟ ସଭାର ୨ଥର ଏମ୍‌ପି ଥିବା ଭାଜପା ନେତା ପ୍ରଭାତ ଝା ଦିଲ୍ଲୀର ମେଦାଣ୍ଟା ହସ୍ପିଟାଲରେ ଶେଷ…

କମଲାଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ

ଆମେରିକାରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟାର୍ଗେଟ କରିଛନ୍ତି।ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ…

ଭାସିଲା ମାୟାନଗରୀ

ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଏନେଇ ଅନେକ ଏଜେନ୍ସି ପକ୍ଷରୁ ସତର୍କତା ଜାରି କରାଯାଇଛି। ମହାରା‌ଷ୍ଟ୍ର ପୁଲିସ୍‌ ବର୍ଷା ହେତୁ ଲୋକଙ୍କୁ ବାହାରକୁ ନବାହାରିବାକୁ କହିଛି।ବର୍ତ୍ତମାନ ମୁମ୍ବାଇରେ ପାଗ ଏବଂ ବର୍ଷା…

ଜନସ୍ବାସ୍ଥ୍ୟ ସେବା ପାଇଁ ମୋଟ ୨୧,୨୦୦ କୋଟି ଟଙ୍କାର ବ୍ୟୟ ବରାଦ

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ରହିଛି। ବଜେଟରେ ଜନସ୍ବାସ୍ଥ୍ୟ ସେବା ପାଇଁ ମୋଟ ୨୧,୨୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି,…

ଆଜିର ରାଶିଫଳ

ମେଷ: ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ। ସମାଜ ହିତରେ କରିଥିବା କାମ ପାଇଁ ସମ୍ମାନିତ ହେବେ। ସଡ଼କରେ ଚାଲୁଥିବା ସମୟରେ ସତର୍କ ରହନ୍ତୁ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ରହିବ। ବୃଷ: ଘରକୁ କୌଣସି ବନ୍ଧୁ ଆସିବେ। ବିଲଡ଼ର୍ସଙ୍କୁ ଧନଲାଭ ହେବ। ଶିକ୍ଷକଙ୍କର ପଦୋନ୍ନତି ଯୋଗ ଅଛି। ଔଷଧ…

୨୫ତମ କାର୍ଗିଲ ବିଜୟ ଦିବସ

କାର୍ଗିଲଠାରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୯୯୯ ଜୁଲାଇ ୨୬ରେ ଭାରତର ବିଜୟ ପ୍ରାପ୍ତ ହୋଇଥିଲା। ଏ ନେଇ ଦେଶ ଶୁକ୍ରବାର ୨୫ତମ କାର୍ଗିଲ ବିଜୟ ଦିବସ ପାଳନ କରିବ। ଏହି ଦିବସରେ ପାକିସ୍ତାନର ଅନୁପ୍ରବେଶକାରୀଙ୍କୁ କାର୍ଗିଲ ଯୁଦ୍ଧରେ ଭାରତୀୟ ସୈନ୍ୟ ନିଜର ବଳିଦାନ ଦେଇ ସୀମା…

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତାକାଲି ନୀତି ଆୟୋଗର ବୈଠକ ବସିବାର ଅଛି, ସେଥିରେ ସେ ଯୋଗଦେବେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତ କରିପାରନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାର…