ବାଲେଶ୍ଵର ଜିଲ୍ଲାରେ ଲଗାଣ ବର୍ଷାରେ ବେହାଲ୍ ସମସ୍ତ ବ୍ଲକ୍,୪୨ ହଜାର ୬୦୦ ଲୋକ ସ୍ଥାନାନ୍ତରିତ

ବାଲେଶ୍ଵର ଜିଲ୍ଲାରେ ଲଗାଣ ବର୍ଷାରେ ବେହାଲ୍ ସମସ୍ତ ବ୍ଲକ୍ । ବାଲେଶ୍ଵର ଜିଲ୍ଲାର ୧୨ ଟି ବ୍ଲକ୍ ମଧ୍ୟରୁ ଭୋଗରାଇ , ଜଳେଶ୍ୱର, ବାଲିଆପାଳ, ବସ୍ତା,ସଦର,ରେମୁଣା ଓ ବାହାନଗା ବ୍ଲକ୍ ପ୍ରଭାବିତ ହୋଇଛି । ସେଥି ମଧ୍ୟରୁ ୯୬ଟି ପଞ୍ଚାୟତ ୪୪୬ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ସେହିଭଳି ଗୋଟିଏ ସହରାଞ୍ଚଳର ୬ ୱାର୍ଡ ପ୍ରଭାବିତ ହୋଇଛି । ସେହିଭଳି ବନ୍ୟା ପ୍ରଭାବରେ ୧ ଲକ୍ଷ ୯୪ ହଜାର ୫୧୭ ଜଣ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨ ହଜାର ୬୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସେହିଭଳି ୯୯ଟି ରିଲିଫ କ୍ୟାମ୍ପ ଖୋଲା ଯାଇଥିବା ବେଳେ ୩୨ ହଜାର ୫୯୨ ଜଣ ବନ୍ୟା ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ସମୁଦାୟ ୧୨ ଟି ବ୍ଲକରେ ୮୨୩ .୪ କ୍ଵିଣ୍ଟାଲ ଚୁଡ଼ା ,୮୦.୮୮ କ୍ଵିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି  । ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ  ଉଦ୍ଧାର କାର୍ଯ୍ୟରେ ୪ଟି ଏନ୍ ଡି ଆର ଅଫ୍ , ୪ଟି ଓ ଡ୍ରା ଫ୍ ଓ ୭ଟି ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ସେହିଭଳି ୧୨ଟି ମେଡିକାଲ ଟିମ୍ ସହ ଭେଟେନାରି ଟିମ୍ ସମସ୍ତ ବ୍ଲକ୍ ରେ ମହଜୁଦ୍ ଅଛନ୍ତି ।

Leave a comment