ଭିଜିଲାନ୍ସ ହାତରେ କନିଷ୍ଠ କିରାଣୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନିଷ୍ଠ କିରାଣୀ। ବାଲେଶ୍ୱର ଜିଲା ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଏକକାଳୀନ ୬ଟି ସ୍ଥାନରେ ଚଢାଉ ହେଉଥିବା ସୂଚନା ମିଳିଛି। ଭିଜିଲାନ୍ସର ୬ଜଣିଆ ଟିମ୍‌‌ ପ୍ରଦୀପଙ୍କ…

 ଛାତ୍ରସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

ଆଜି ବିଜୁ ଛାତ୍ରଜନତା ଦଳର କର୍ମକର୍ତ୍ତା ସମ୍ମିଳନୀ। ଛାତ୍ରସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ର ସଂସଦ ନିର୍ବାଚନ ନେଇ ହୋଇପାରେ ଆଲୋଚନା।

ନିର୍ଧୁମ ଛେଚିବ

ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ପଶ୍ଚିମ- ଉତ୍ତରପଶ୍ଚିମକୁ ମୁହାଁଇ କାଲି ସୁଦ୍ଧା ହେବ ସୁଦୃଶ୍ୟ ଲଘୁଚାପର ରୂପ ନେବ। ପରେ ଏହା ଉତ୍ତର…

ମୁଁ କୌଣସି ଜୁନିୟର୍‌ ଡାକ୍ତରଙ୍କୁ ଧମକ ଦେଇନାହିଁ: ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  କହିଛନ୍ତି ଯେ କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ ସେ କେବେ ବି ଧମକ ଦେଇନାହାଁନ୍ତି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନଙ୍କୁ ଧମକ ଦେବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା…

ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ହେଲା ଧନୀ ତାଲିକା: ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଆାଦାନୀ

ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଦେଶର ସବୁଠୁ ଧନୀ ବ୍ୟକ୍ତି ଭାବେ ମାନ୍ୟତା ପାଇଛନ୍ତି। ମୁକେଶ ଅମ୍ବାନୀଙ୍କୁ ହଟାଇ ସେ ଦେଶର ୧ ନମ୍ବର ଧନୀ ହେବାର ସୁଯୋଗ ଲାଭ କରିଛନ୍ତି। ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଧନୀ ତାଲିକା ୨୦୨୪ ରିପୋର୍ଟରେ ଏହା କୁହାଯାଇଛି। ତାଲିକା ଅନୁସାରେ, ଆଦାନୀଙ୍କ…

ମଣିଷଙ୍କୁ  ବାର୍ଡ ଫ୍ଲୁ ସଂକ୍ରମଣ  ହୋଇନି : ସ୍ୱାସ୍ଥ୍ୟମନ୍ତ୍ରୀ

ମଣିଷଙ୍କୁ  ବାର୍ଡ ଫ୍ଲୁ ସଂକ୍ରମଣ  ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ତାହା ନେଗେଟିଭ ଆସିଛି। ନିରାକରଣ ଦୃଷ୍ଟିରୁ ଜଣଙ୍କୁ ଆଇସୋସଲେସନରେ ରଖାଯାଇଛି। ବାର୍ଡ ଫ୍ଲୁ ନେଇ ସ୍ୱାସ୍ଥ୍ୟ ବିଭାଗ…

ଆଫଗାନିସ୍ତାନରେ ଭୂକମ୍ପ

ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ପ୍ରଭାବ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ଼ ହୋଇଛି। ଏହି ଭୂମିକମ୍ପ ଭୂପୃଷ୍ଠରୁ ୨୫୫ କିମି ଗଭୀରରେ ହୋଇଥିବା ରେକର୍ଡ଼ କରାଯାଇଛି। ଆଫଗାନିସ୍ତାନ ସମୟ ଅନୁଯାୟୀ,…

ଶେୟାର ହୋଲ୍ଡର୍‌ମାନଙ୍କୁ ବୋନସ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶେୟାର ହୋଲ୍ଡର୍‌ଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ରିଲାଏନ୍ସ ଏହାର ୩୫ ଲକ୍ଷ ଶେୟାର ହୋଲ୍ଡର୍‌ଙ୍କୁ ଏକ ବଡ ଉପହାର ଦେଇଛି। କମ୍ପାନୀ ଶେୟାର ହୋଲ୍ଡର୍‌ମାନଙ୍କୁ ଗୋଟିଏ ଶେୟାର ବଦଳରେ ବୋନସ ଭାବରେ ଗୋଟିଏ ଶେୟାର ଦେବ। ଏହାକୁ ଅନୁମୋଦନ କରିବା ପାଇଁ ୫ ସେପ୍ଟେମ୍ବର…

ମେଦବହୁଳତା କମାଏ କିସ୍‌ମିସ୍‌

କିସ୍‌ମିସ୍‌ରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଅଧିକାଂଶ ଲୋକ ଅତ୍ୟଧିକ ଖାଦ୍ୟ ଖାଇଦେଇଥିବାରୁ ତାହା ଠିକ୍‌ ଭାବେ ହଜମ ହୁଏନା। ପରବର୍ତ୍ତୀ ସମୟରେ ଏହା କୋଷ୍ଠକାଠିନ୍ୟ ବା କନଷ୍ଟିପେଷ୍ଟନ୍‌ର ରୂପ ମଧ୍ୟ ନିଏ। ତେଣୁ ପ୍ରତିଦିନ କିସ୍‌ମିସ୍‌ ଖାଇବା ଦ୍ୱାରା ଏଥିରୁ କିଛି…

କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅପମାନ 

ଯାଜପୁର ଧର୍ମଶାଳାରେ କଳ୍ପତରୁ ଦାସ ଷ୍ଟାଡିୟମରେ କିଛି ଦିନ ତଳେ ବିଜେପିର କାର୍ଯ୍ୟକାରିଣୀ ହୋଇଥିଲା। ସେଦିନ ସ୍ଵର୍ଗତଃ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିର ମୁହଁକୁ ଗେରୁଆବସ୍ତ୍ରରେ ଢାଙ୍କି ଦିଆଯାଇଥିଲା। ତାପରେ ବିଜେପି କାର୍ଯ୍ୟକାରିଣୀ ହୋଇଥିଲା।ଏହାପରେ ସରପଞ୍ଚମାନେ ବିଡ଼ିଓଙ୍କୁ ଦେଖା…