ଭୁବନେଶ୍ବର ବିମାନବନ୍ଦରରେ ହଙ୍ଗାମା,୩ ଘଣ୍ଟା ଅପେକ୍ଷା ପରେ ଫ୍ଲାଇଟ୍ ବାତିଲ
ଫ୍ଲାଇଟ୍ ବାତିଲ, ଭୁବନେଶ୍ବର ବିମାନବନ୍ଦରରେ ହଙ୍ଗାମା । ୩ ଘଣ୍ଟା ଅପେକ୍ଷା ପରେ ତାତିଲେ ଯାତ୍ରୀ । କମ୍ପ୍ୟୁଟର ଓ ସ୍କାନର ଭାଙ୍ଗିଲେ କ୍ଷୁବ୍ଧ ଯାତ୍ରୀ । ଷ୍ଟାଫ୍ ଙ୍କୁ ଗାଳି ଦେବା ସହ CISFକୁ କଲେ ନାକେଦମ୍ । ଭୁବନେଶ୍ୱର ଏୟାରପୋର୍ଟରେ ରାତିରେ ହାଇଡ୍ରାମା । ଉଡ଼ାଣ ବାତିଲ ପରେ ରଣକ୍ଷେତ୍ର ପାଲଟିଲା ଏୟାରପୋର୍ଟ । ଭୁବନେଶ୍ୱର ବିମାନବନ୍ଦରରେ ଉଡ଼ାଣ ବାତିଲ ପରେ ଯାତ୍ରୀଙ୍କ ହଙ୍ଗାମା । କୋଲକାତା ଅଭିମୁଖେ ଉଡ଼ାଣ କରିବାକୁ ଥିବା ଇଣ୍ଡିଗୋ ବିମାନ ଶେଷ ମୁହୂର୍ତ୍ତରେ ବାତିଲ ହେବା ପରେ ଯାତ୍ରୀମାନେ ହଙ୍ଗାମା ଆରମ୍ଭ କରିଥିଲେ । ଆଲାହାବାଦରୁ ଭୁବନେଶ୍ୱର ଆସିଥିବା ସେହି ଇଣ୍ଡିଗୋ ବିମାନଟି ପୁନର୍ବାର କୋଲକାତା ଯିବାକୁ ଥିଲା । ତିନି ଘଣ୍ଟା ଧରି ଡିଲେ ପରେ ଯାନ୍ତ୍ରିକ ତ୍ରୁଟି କାରଣରୁ ପାଇଲଟ୍ ଶେଷ ମୁହୂର୍ତ୍ତରେ ଉଡ଼ାଣ ମନା କରିଦେଇଥିଲେ । ଦୀର୍ଘ ଅପେକ୍ଷା ପରେ କ୍ଷୁବ୍ଧ ଯାତ୍ରୀମାନେ ବିମାନବନ୍ଦର ଭିତରେ ହଙ୍ଗାମା କରିବା ସହ କମ୍ପୁଟର ଓ ସ୍କାନର ଭାଙ୍ଗିଦେଇଥିଲେ । ବିମାନବନ୍ଦର ଷ୍ଟାଫଙ୍କୁ ଗାଳିଗୁଲଜ୍ ମଧ୍ୟ କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସିଆଇଏସ୍ ଏଫ୍ କର୍ତ୍ତୃପକ୍ଷଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ବିମାନବନ୍ଦର ସମ୍ପତ୍ତି ନଷ୍ଟ କରିଥିବା ଜଣେ ଯାତ୍ରୀଙ୍କୁ ୬୫ ହଜାର ଟଙ୍କା ଜୋରିମାନା କରାଯାଇଛି।