ଅଣ୍ଡର ୧୯ ୟୁଥ ଏସିଆ କପ: ଆଫଗାନିସ୍ତାନକୁ ହରାଇ ଫାଇନାଲରେ ଭାରତ, ପାକିସ୍ତାନ ସହିତ ହେବ ମୁକାବିଲା
ଅଣ୍ଡର ୧୯ ୟୁଥ ଏସିଆ କପ ସେମିଫାଇନାଲରେ ଭାରତ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି । ୨୨୮ ରନ ଲକ୍ଷ୍ୟକୁ ପିଛା କରି ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନିଙ୍କ ନେତୃତ୍ୱରେ ଭାରତ ୩୬.୫ ଓଭରରେ ୨ ୱିକେଟରେ ୨୩୦ ରନ କରି ମ୍ୟାଚ୍ ଜିତିଥିଲା । ଅନ୍ୟ ସେମିଫାଇନାଲରେ ପାକିସ୍ତାନ ବାଂଲାଦେଶକୁ ନଅ ୱିକେଟରେ ପରାସ୍ତ କରିଥିଲା ।
ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭରରେ ୮ ୱିକେଟରେ ୨୨୭ ରନ କରିଥିଲା । ଜବାବରେ ଭାରତ ୩୬.୫ ଓଭରରେ ୨ ୱିକେଟରେ ୨୩୦ ରନ କରି ମ୍ୟାଚ୍ ଜିତିଥିଲା । ସେହ୍ବାଗ ୫୭ ବଲରେ ୪ ଛକା ଏବଂ ୪ ଚଉକା ମାରି ୫୧ ରନ କରିଥିଲେ । ଲକ୍ଷ୍ୟ ମଧ୍ୟ ନିଜ ଅର୍ଦ୍ଧଶତକ ମାରିଥିଲେ । କିନ୍ତୁ ଶତକରୁ ବଞ୍ଚିତ ହୋଇଥିଲେ । ୯୦ ବଲରେ ୯୩ ରନ କରିଥିଲେ । ନଭେମ୍ବର ୧୪ରେ ଫାଇନାଲରେ ଭାରତ,ପାକିସ୍ତାନ ସହିତ ମୁକାବିଲା କରିବ ।