ଏୟାର ଇଣ୍ଡିଆ ବିମାନକୁ ହାଇଜାକ୍ ଧମକ,ଣେ ବ୍ୟକ୍ତି ଗିରଫ

କୋଲକାତା ସ୍ଥିତ ଦମଦମ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନକୁ ହାଇଜାକ୍ ଧମକ ଦେଇଥିବା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । କୋଲକାତାରୁ ମୁମ୍ବାଇ ଯିବାକୁ ଥିବା ଏକ ଏୟାର ଇଣ୍ଡିଆ ବିମାନକୁ ହାଇଜାକ୍ କରିବା ପାଇଁ ଧମକ ମିଳିଥିଲା । ଘଟଣାକୁ ନେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳର ଜଣେ ପୁରୁଷ ଯାତ୍ରୀଙ୍କୁ ଅଟକ ରଖାଯାଇଛି ।

ସୂଚନା ଅନୁସାରେ, ଏୟାର ଇଣ୍ଡିଆର AI 2772 ବିମାନ (ଏୟାରବସ୍ A320, VT-TNH) ବୁଧବାର ସକାଳେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ବେଳେ କ୍ରୁ ସଦସ୍ୟମାନେ ବିମାନର ଟଏଲେଟ ମିରରରେ ଧମକପୂର୍ଣ୍ଣ ବାର୍ତ୍ତା ଦେଖିବାକୁ ମିଳିଥିଲା । ଏଥିରେ ସକାଳ ୧୧ଟା ୧୦ ମିନିଟ୍ରେ ବିମାନକୁ ହାଇଜାକ୍ କରାଯିବ ବୋଲି ଲେଖା ଥିଲା ।

ଧମକ ମିଳିବା ପରେ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC)କୁ ସୂଚନା ଦିଆଯାଇଥିଲା । ଏହାପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଯାଞ୍ଚ ଆରମ୍ଭ କରିଥିଲେ । ବିମାନକୁ ଆଇସୋଲେସନ୍ ବେକୁ ନିଆଯାଇ ସେଥିରେ ଥିବା ୧୦୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା ।

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳର ଜଣେ ପୁରୁଷ ଯାତ୍ରୀଙ୍କୁ ଅଟକ ରଖାଯାଇଛି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ମଧ୍ୟ ଏହି ଘଟଣାରେ ଜଣେ ଯାତ୍ରୀଙ୍କୁ ଅଟକ ରଖାଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ଥାନାକୁ ହସ୍ତାନ୍ତର କରାଯାଇଥିବା ସ୍ପଷ୍ଟ କରିଛନ୍ତି ।

Leave a comment