ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଗ୍ୟାସ୍ ଫିଲିଂ ବେଳେ ଫାଟିଲା କମ୍ପ୍ରେସର,ଜଣେ ମୃତ ୨ ଗୁରୁତର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ବଡ଼ ଅଘଟଣ ।  ଏସି ଗ୍ୟାସ୍ ଫିଲିଂ ବେଳେ ଫାଟିଲା କମ୍ପ୍ରେସର । ବିସ୍ଫୋରଣରେ ମରାମତି କରିବାକୁ ଆସିଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ ଓ ଅଗ୍ନିଶମ ବାହିନୀ ।  କେଉଁ ପରିସ୍ଥିତିରେ କମ୍ପ୍ରେସର ଫାଟିଲା, ତାହାର କାରଣ ଖୋଜୁଛି ପୋଲିସ ।  ଘଟଣାକୁ ନେଇ ଆରମ୍ଭ ହୋଇଛି ଛାନଭିନ ।

Leave a comment