ସାଧାରଣ ଗ୍ରାହକଙ୍କୁ ଆଉ ଏକ ମହଙ୍ଗା ମାଡ଼,କ୍ଷୀର ଦର ୨ରୁ ୪ ଟଙ୍କା ବୃଦ୍ଧି

ସାଧାରଣ ଗ୍ରାହକଙ୍କୁ ଆଉ ଏକ ମହଙ୍ଗା ମାଡ଼ । ମହଙ୍ଗା ମାଡ଼ରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ମଦର ଡେରି ପକ୍ଷରୁ କ୍ଷୀର ଦର ବୃଦ୍ଧି ପାଇଛି । କମ୍ପାନୀ ଏହାର ବିଭିନ୍ନ ପ୍ରକାର ଲିକ୍ୱିଡ୍ କ୍ଷୀରର ଦାମ୍ ଲିଟର ପିଛା ୨ରୁ ୪ ଟଙ୍କା ବଢ଼ାଇଛି । ନୂଆ ଦର ନଭେମ୍ବର ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲିରୁ ଲାଗୁ ହେବ ।

ଚାଷୀଙ୍କଠାରୁ କ୍ଷୀର କିଣିବା ଖର୍ଚ୍ଚ ବଢ଼ିବା ଯୋଗୁଁ କମ୍ପାନୀ ଦର ବୃଦ୍ଧି କରିଛି । ବର୍ଦ୍ଧିତ ଖର୍ଚ୍ଚର କିଛି ଅଂଶ ଗ୍ରାହକଙ୍କ ଉପରେ ପଡ଼ିଛି । ମଦର ଡେରି ନିଜ କ୍ଷୀର ବିକ୍ରିରୁ ହେଉଥିବା ଆୟର ୭୫ରୁ ୮୦ ପ୍ରତିଶତ ଚାଷୀଙ୍କୁ ପ୍ରଦାନ କରିଥାଏ ।

ଦିଲ୍ଲୀ-ଏନ୍ସିଆର ବଜାରରେ କମ୍ପାନୀ ନିଜ ଆଉଟଲେଟ୍, ଜେନେରାଲ ଟ୍ରେଡ୍ ଏବଂ ଇ-କମର୍ସ ପ୍ଲାଟଫର୍ମ ଜରିଆରେ ପ୍ରତିଦିନ ପ୍ରାୟ ୩୫ ଲକ୍ଷ ଲିଟର କ୍ଷୀର ବିକ୍ରି କରୁଛି । ଟୋନ୍ଡ କ୍ଷୀର ପୂର୍ବରୁ ୫୮ ଟଙ୍କା ରହିଥିବା ବେଳେ ବଢି ୬୦ ଟଙ୍କା ଫୁଲ୍ କ୍ରିମ୍ କ୍ଷୀର ୭୨ ଟଙ୍କାରୁ ୭୬ ଟଙ୍କା, ଟୋନ୍ଡ କ୍ଷୀର (ପ୍ୟାକେଟ୍) ୬୦ ଟଙ୍କାରୁ ୬୨ ଟଙ୍କା, ଡବଲ୍ ଟୋନ୍ଡ କ୍ଷୀର ୫୪ ରୁ୫୬ ଟଙ୍କା, ଗାଈ କ୍ଷୀର ୬୨ ଟଙ୍କାରୁ ୬୫ ଟଙ୍କା ବଢିଛି ।

ତେବେ ଏହା ପୂର୍ବରୁ ୨୦୨୬ ମେ’ ୧୪ ତାରିଖରେ କମ୍ପାନୀ କ୍ଷୀର ଦର ବୃଦ୍ଧି କରିଥିଲା । ଏହା ପୂର୍ବରୁ ୨୦୨୫ ଏପ୍ରିଲରେ ଦରରେ ପରିବର୍ତ୍ତନ ହୋଇଥିଲା ।

Leave a comment