କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ସର୍ଭେକ୍ଷଣରେ ଏଥର ବଡ଼ ପରିବର୍ତ୍ତନ ଦେଖାଯାଇଛି। ଗତ ୮ ବର୍ଷ ହେଲା ଦେଶର ସବୁଠୁ ସ୍ୱଚ୍ଛ ସହରର ଟାଇଟଲ ହାତଉଥିବା ମଧ୍ୟପ୍ରଦେଶର ଇନ୍ଦୋର ଚଳିତବର୍ଷ ଶୀର୍ଷ ସହର ସୂଚୀରେ ନିଜକୁ ସ୍ଥାନିତ କରିପାରି ନାହିଁ। ଚଳିତବର୍ଷ ନଭି ମୁମ୍ବାଇ ଦେଶର ସବୁଠୁ ସ୍ୱଚ୍ଛ ସହର ଭାବେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସୂଚୀର ଦ୍ୱିତୀୟ ସ୍ଥାନରେ ସୁରଟ ଓ ତୃତୀୟ ସ୍ଥାନରେ ବିଜୟୱାଡା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ସର୍ଭେକ୍ଷଣର ବିଜେତା ସହରଙ୍କୁ ପୁରସ୍କୃତ କରିଛନ୍ତି।କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅନୁସାରେ ଦେଶର ସ୍ୱଚ୍ଛ ଉପକୂଳ ସହର ଶ୍ରେଣୀରେ ଓଡିଶାର ପୁରୀ ପ୍ରଥମ ସ୍ଥାନ ହାସଲ କରିଛି। କେରଳର ଅଲପ୍ପୁଝାକୁ ଦ୍ୱିତୀୟ ଓ ମହାରାଷ୍ଟ୍ରର ରତ୍ନଗିରିକୁ ତୃତୀୟ ସ୍ଥାନ ମିଳିଛି। ଏହା ଛଡା ସ୍ୱଚ୍ଛ ରିଭରଫ୍ରଣ୍ଟ ଟାଉନ ଶ୍ରେଣୀରେ ମଧ୍ୟପ୍ରଦେଶର ରିଭା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଛତିଶଗଡ଼ର ବିଳାଶପୁର ଦ୍ୱିତୀୟ ଓ ଉତ୍ତରପ୍ରଦେଶର ବାରଣାଶୀ ତୃତୀୟ ସ୍ଥାନରେ ରହିଛି। ଇନ୍ଦୋର ଗତ ୮ ବର୍ଷ ହେଲା ଲଗାତାର ଦେଶର ସବୁଠୁ ସ୍ୱଚ୍ଛ ସହର ଶ୍ରେଣୀର ପ୍ରଥମ ସ୍ଥାନ ହାସଲ କରିଆସୁଥିଲା। ଏଣୁ ସ୍ୱଚ୍ଛତା ମାମଲାରେ ଦେଶର ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ଇନ୍ଦୋରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।୧୦ଲକ୍ଷ ଜନସଂଖ୍ୟାର ସହର ଶ୍ରେଣୀରେ ଗ୍ରେଟର ବିଶାଖାପାଟଣାକୁ ଦେଶର ସବୁଠୁ ସ୍ୱଚ୍ଛ ସହର ଘୋଷଣା କରାଯାଇଛି। ଏହି ସୂଚୀରେ ମଧ୍ୟପ୍ରଦେଶର ଜବଲପୁର ଦ୍ୱିତୀୟ ଓ ଉତ୍ତରପ୍ରଦେଶର ଲକ୍ଷ୍ନୌ ତୃତୀୟ ସ୍ଥାନରେ ରହିଛି। ସେହିପରି ୩ରୁ ୧୦ ଲକ୍ଷ ଜନସଂଖ୍ୟାର ସହରାଞ୍ଚଳ ଭାବେ ମଧ୍ୟପ୍ରଦେଶର ଉଜ୍ଜୈନ ବାଜିମାତ କରିଛି। ଏହି ଶ୍ରେଣୀରେ ଚଣ୍ଡିଗଡ଼ ଦ୍ୱିତୀୟ ଓ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହର ତୃତୀୟ ସ୍ଥାନରେ ରହିଛି। ଚଳିତବର୍ଷ ସବୁଠୁ ସ୍ୱଚ୍ଛ ହିମାଳୟ ସହର ଶ୍ରେଣୀରେ ଉତ୍ତରାଖଣ୍ଡର ରୂଦ୍ରପୁର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଜମ୍ମୁ ଏହି ଶ୍ରେଣୀରେ ଦ୍ୱିତୀୟ ସ୍ଥାନରେ ରହିଛି।
Trending
- ବୃନ୍ଦାବତୀ ନିବାସରେ ହବିଷ୍ୟାଳୀ ମାଆମାନଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଜମି ଠକେଇ ଅଭିଯୋଗରେ ସବରେଜିଷ୍ଟ୍ରାର ଅଫିସ୍ କର୍ମଚାରୀ ଗିରଫ
- ଦେଶର ସ୍ୱଚ୍ଛ ଉପକୂଳ ସହର ଶ୍ରେଣୀରେ ପ୍ରଥମ ସ୍ଥାନରେ ଓଡିଶାର ପୁରୀ
- ଜମ୍ମୁ-କଶ୍ମୀରେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼,୩ ଯବାନ ଆହତ
- ଗାଡ଼ି ନୁହେଁ, ଗଳିକନ୍ଦିରେ ଚାଲି ଚାଲି ଅପରେସନ୍ କରିବ ପୋଲିସ,ବସ୍ତିରୁ ଖଟି ସବୁଠି ଚାଲିବ ସର୍ଚ୍ଚ ଅପରେସନ୍
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏଯାଏଁ କୌଣସି ପ୍ରକୃତ କଥାବାର୍ତ୍ତା ହୋଇନାହିଁ – ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ
- ମନୁଷ୍ୟ କେଉଁଠି ବନ୍ୟା କରେ ନାହିଁ , ଏହା ପଛରେ କାରଣ ଦୀର୍ଘ ଦିନର ଅବହେଳା, ଏକଥା ବି ବୁଝିବା ଦରକାର -ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
- ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ,ଆଜିଠାରୁ ୟୁପିଏମପି ପୋର୍ଟାଲରେ ଆବେଦନ କରି ସୁବିଧା ପାଇବେ
- ୭ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଲା , ଚାକିରିରୁ ବିଦା ହେଲେ ORS ଅଧିକାରୀ ମନୀଷା ମିଶ୍ର
- ସରିଲା ମା’ ଦକ୍ଷିଣକାଳୀଙ୍କ ଭସାଣୀ ଉତ୍ସବ,ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କୁ ମେଲାଣି ଜଣାଇଛନ୍ତି