ଇରାନ ଉପରେ ଆଉ ଆକ୍ରମଣର ଆବଶ୍ୟକତା ନାହିଁ – ଟ୍ରମ୍ପ୍

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କତାର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବ୍ଦୁଲାରହମାନ ବିନ୍ ସାମିଲ ଅଲ୍ ଥାନୀଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରରେ ଦୁଇ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥା ହୋଇଛନ୍ତି । ଏପରିକି ଇରାନ ଉପରେ ଆଉ ଆକ୍ରମଣର ଆବଶ୍ୟକତା ନଥିବା ଟ୍ରମ୍ପ୍ କହିଛନ୍ତି ।

ହ୍ୱାଇଟ୍ ହାଉସରେ ପ୍ରେସ ବ୍ରିଫିଙ୍ଗ୍ କୋଠରୀରେ ଟ୍ରମ୍ପ୍ କହିଛନ୍ତି ଯେ, ଇରାନ ସହ ଯୁଦ୍ଧ ଶେଷ ହୋଇଛି । ସୈନ୍ୟ ଅଭିଯାନ ସମ୍ପୂର୍ଣ୍ଣ ହୋଇଛି । ଏବେ ଆମେରିକା ସ୍ଥିତିକୁ ସାଧାରଣ ରଖିବା ପାଇଁ ଚେଷ୍ଟା କରିବ । ଇରାନକୁ ଅକ୍ଷମ କରାଯାଇଛି । କିନ୍ତୁ ଇରାନ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମକୁ ରୋକିବା ପାଇଁ ଏକ ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି ।

ସେ ଆହୁରି କହିଛନ୍ତି ଯେ, ଅଲ୍ ଥାନୀଙ୍କ ସହ ତାଙ୍କର ଖୁବ୍ ସକରାତ୍ମକ ଆଲୋଚନା ହୋଇଛି । ଇରାନ ବାବଦରେ ଉଭୟ ନେତା କଥା ହୋଇଛନ୍ତି । କତାର, ସାଉଦି, ଇରାନ, ଇରାକ, କୁଏତ ଭଳି ଦେଶ ଯେପରି ଅଛନ୍ତି ସେପରି ରହିବାକୁ ପସନ୍ଦ କରୁଛନ୍ତି । ଇରାନ ପାଖରେ ଆଣବିକ ଶକ୍ତି ନାହିଁ । ଅନ୍ୟ ଦେଶ ମଧ୍ୟ ଏହା ଚାହୁଁଛନ୍ତି । ମଧ୍ୟପ୍ରାଚ୍ୟରେ ବିକାଶରେ କିଛି ପରିବର୍ତ୍ତନ ହେବା ଦରକାର । ଆମେରିକା ଏଦିଗରେ ଆଗକୁ ବଢିବାକୁ ପ୍ରସ୍ତୁତ ଅଛି ।

କୁହାଯାଉଛି ଯେ, ଆମେରିକାର ମିଡଟର୍ଣ୍ଣ ନିର୍ବାଚନରେ ହୋଇଥିବା ପରାଜୟ ପରେ ଟ୍ରମ୍ପ୍ ପଛକୁ ହଟିଛନ୍ତି । ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ଗୁରୁତର ପରାଜୟର ସାମ୍ନା କରିଥିଲେ । ତାଙ୍କ ଦଳ ସିନେଟରେ ବହୁମତ ହରାଇ ସାରିଛି । ଇରାନ ସହ ଯୁଦ୍ଧ ପାଇଁ ଟ୍ରମ୍ପଙ୍କ ଏପରି ଦଶା ହୋଇଥିବା କୁହାଯାଉଛି ।

Leave a comment