ଅକ୍ଟୋବର ୧ ତାରିଖରେ ଭାରତରେ ଲଞ୍ଚ ହେବ Redmi 17C 5G, ଜାଣନ୍ତୁ କେତେ ରହିବ ଦାମ୍

Redmi Note 17 ସିରିଜ୍ ପରେ, ଚୀନ୍ କମ୍ପାନୀ ଖୁବ୍ ଶୀଘ୍ର ଏକ ବଜେଟ୍-ଫ୍ରେଣ୍ଡଲି ଫୋନ୍ ଲଞ୍ଚ କରିବ। Redmi ଏହି ଫୋନ୍ ପାଇଁ ଲଞ୍ଚ ତାରିଖ କନଫର୍ମ କରିଛି । ଏହି Redmi ସ୍ମାର୍ଟଫୋନ୍ ଅକ୍ଟୋବର ୧ ତାରିଖରେ ଭାରତରେ ଲଞ୍ଚ ହେବ । କମ୍ପାନୀ ଏହି ଫୋନ୍ ପୂର୍ବରୁ ଘରୋଇ ବଜାରରେ ଲଞ୍ଚ କରିସାରିଛି । ଏହି ସ୍ମାର୍ଟଫୋନ୍ ଗତ ମାସରେ, ଅଗଷ୍ଟରେ ବିଶ୍ୱ ବଜାରରେ ମଧ୍ୟ ଲଞ୍ଚ କରାଯାଇଥିଲା । ଲଞ୍ଚ ତାରିଖ ସହିତ, କମ୍ପାନୀ ଏହାର କଲର ଭିନ୍ନତା ମଧ୍ୟ ପ୍ରକାଶ କରିଛି।

ଆମେ ଯେଉଁ ସ୍ମାର୍ଟଫୋନ୍ ବିୟେରେ କଥା ହେଉଛିନ୍ତି, ତାର ନାଁ ହେଉଛି- Redmi 17C 5G । ଏହି ଫୋନକୁ ଗୋଟିଏ 4GB RAM + 128GB ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ୨୦,୯୦୦ ଟଙ୍କା ରହିଛି । ଏହାକୁ ଆପଣ ବ୍ଲାକ୍, ବ୍ରାଉନ୍ ଏବଂ ପର୍ପଲ କଲର ଅପ୍ସନରେ କିଣିପାରିବେ । ଏହି Redmi ଫୋନରେ 120Hz ରିଫ୍ରେସ୍ ରେଟ୍ ସପୋର୍ଟ ସହିତ 6.79-ଇଞ୍ଚ HD+ ଡିସପ୍ଲେ ରହିଛି । ଡିସପ୍ଲେ 810 nits ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସରେ ପହଞ୍ଚିପାରିବ ।

Redmi 17C ରେ MediaTek Dimensity 6300 ଚିପସେଟ୍ ଅଛି, ଯାହା 4GB RAM ଏବଂ 128GB ଷ୍ଟୋରେଜ୍ ସହିତ ଆସିଥାଏ । ଏହି ଫୋନର ବ୍ୟାକରେ ୫୦MP ର ପ୍ରାଇମେରୀ କ୍ୟାମେରା, ସେଲଫି ଏବଂ ଭିଡିଓ କଲିଂ ପାଇଁ 8MP ର ଫ୍ରଣ୍ଟ କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନରେ 6000mAh ବ୍ୟାଟେରୀ ଅଛି ଏବଂ ଏହା 33W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଏହା Android 16 ଉପରେ ବେସ୍ଡ HyperOS 3 ରେ ଚାଲିଥାଏ । ଏହାର IP64 ଡଷ୍ଟ-ପ୍ରୁଫ୍ ରେଟିଂ ମଧ୍ୟ ରହିଛି।

ଚୀନ୍ କମ୍ପାନୀ ନିକଟରେ Redmi Note 17 Pro ସିରିଜ୍ ଉପସ୍ଥାପନ କରିଛି । ଏହି ସିରିଜ୍ ର ଦୁଇଟି ଫୋନ୍ 9000mAh ଏବଂ 10,000mAh ବ୍ୟାଟେରୀ ସହିତ ଆସିଥାଏ । ସେହିପରି Redmi Note 17 ରେ ଏକ ପାୱାରଫୁଲ୍ 8,000mAh ବ୍ୟାଟେରୀ ରହିଛି । ଏଥିସହ ଯଦି ଆପଣ ଏହିପରି ଏକ ଦମଦାର ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆଉ କିଛି ଦିନ ଅପେକ୍ଷା କରନ୍ତୁ ।

Leave a comment