୨୦୨୬ ଏସୀୟ କ୍ରୀଡ଼ା: ଭାରତୀୟ ସଟ୍‌ ପୁଟର ତାଜିନ୍ଦରପାଲ ସିଂହ ତୁରଙ୍କୁ ମିଳିଲା ରୌପ୍ୟ ପଦକ

୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ସଟ୍‌ ପୁଟର ତାଜିନ୍ଦରପାଲ ସିଂହ ତୁର ରୌପ୍ୟ ପଦକ ଜିତିଛନ୍ତି। ନାଗୋୟାରେ ଚାଲିଥିବା ପ୍ରତିଯୋଗିତାର ପୁରୁଷ ସଟ୍‌ ପୁଟ୍‌ରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ଭାରତୀୟ ପଦକ ତାଲିକାରେ ଆଉ ଏକ ରୌପ୍ୟ ଯୋଡ଼ିଛନ୍ତି।ତାଜିନ୍ଦର ତାଙ୍କ ପଞ୍ଚମ ପ୍ରୟାସରେ ୨୦.୬୪ ମିଟରର ଶ୍ରେଷ୍ଠ ଥ୍ରୋ କରିଥିଲେ। ଏହି ପ୍ରଦର୍ଶନ ତାଙ୍କୁ ରୌପ୍ୟ ପଦକ ଦେଇଛି।ଏହା ଏସୀୟ କ୍ରୀଡ଼ାରେ ତାଜିନ୍ଦରଙ୍କ କ୍ରମାଗତ ତୃତୀୟ ପଦକ। ଏହା ପୂର୍ବରୁ ୨୦୧୮ ଜାକର୍ତ୍ତା ଏବଂ ୨୦୨୨ ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।ତେବେ ଏଥର ତୃତୀୟ କ୍ରମାଗତ ସ୍ୱର୍ଣ୍ଣ ହାସଲ କରିବାର ସୁଯୋଗ ତାଙ୍କ ହାତଛଡ଼ା ହୋଇଛି। ଇରାନର ମହମ୍ମଦରେଜା ତାୟେବି ୨୦.୮୧ ମିଟରର ଶ୍ରେଷ୍ଠ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।ତାୟେବିଙ୍କ ଏହି ଥ୍ରୋ ତାଜିନ୍ଦରପାଲଙ୍କ ୨୦୧୮ ଏସୀୟ କ୍ରୀଡ଼ାର ୨୦.୭୫ ମିଟର ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି। ଫଳରେ ତାଜିନ୍ଦରଙ୍କୁ ଏଥର ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

Leave a comment