‘ଲଭ୍ ଆଣ୍ଡ ୱାର୍’: ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁକ ଆଉଟ

ସଞ୍ଜୟ ଲୀଲା ଭନସାଲୀଙ୍କ ଆଗାମୀ ଫିଲ୍ମ ଲଭ୍ ଆଣ୍ଡ ୱାରକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ସେପ୍ଟେମ୍ବର ୨୪ରେ ରଣବୀର କପୁରଙ୍କ ଇଣ୍ଟେନ୍ସ ଫାଷ୍ଟ ଲୁକ୍ ଆଉଟ୍ ହେବା ପରେ ଏବେ ଆଲିଆ ଭଟ୍ଟଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି । ଆଲିଆଙ୍କ ଗ୍ଲାମରସ୍ ଏବଂ ଷ୍ଟନିଂ ଅବତାରରେ ଦେଖିବାକୁ ମିଳିଛି । ସେ ଲାଲ୍ ରଙ୍ଗର ଶିମରି କଟ୍-ଆଉଟ୍ ଆଉଟଫିଟ୍ ପିନ୍ଧିଥିବା ବେଳେ ମୁଣ୍ଡରେ ବଡ଼ ପର ସହିତ ଏକ କ୍ରାଉନ୍ ପିନ୍ଧିଛନ୍ତି ।

ଫିଲ୍ମରେ ଆଲିଆଙ୍କ ଏକଦମ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିବ । ପୋଷ୍ଟରରେ ଆଲିଆଙ୍କ ଆତ୍ମବିଶ୍ୱାସ, ଆଟିଟ୍ୟୁଡ୍ ଏବଂ ଏକ୍ସପ୍ରେସନ୍ ଦମଦାର ଲାଗୁଛି । ଲଭ୍ ଆଣ୍ଡ ୱାରର ସେଟରୁ ପୂର୍ବରୁ ଆଲିଆ ଭଟ୍ଟଙ୍କ ଅନେକ ଫଟୋ ସୋସିଆଲ୍ ମିଡିଆରେ ଭାଇରଲ ହୋଇଥିଲା । ଏବେ ମେକର୍ସ ରଣବୀର କପୁରଙ୍କ ପରେ ଆଲିଆଙ୍କ ଫାଷ୍ଟ ଲୁକ୍ ଅଫିସିଆଲ୍ ଭାବେ ରିଲିଜ୍ କରିଛନ୍ତି ।

ଆଲିଆ ନୂଆ ଲୁକ୍ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ସଞ୍ଜୟ ଲୀଲା ଭନସାଲୀଙ୍କ ଦ୍ୱାରା ପ୍ରସ୍ତୁତ ‘ଲଭ୍ ଆଣ୍ଡ ୱାର୍’ ୨୧ ଜାନୁଆରୀ ୨୦୨୭ରେ ସିନେମା ହଲରେ ମୁକ୍ତି ପାଇବ ।

ଏହା ପୂର୍ବରୁ ରଣବୀର କପୁରଙ୍କ ଫିଲ୍ମରୁ ଦୁଇଟି ଲୁକ୍ ସାମ୍ନାକୁ ଆସିଥିଲା । ରଣବୀର ନୀଳ ରଙ୍ଗର ଭିଣ୍ଟେଜ୍ କନଭର୍ଟିବଲ୍ କାର୍ରେ ବସିଥିବା ଫାଷ୍ଟ ଲୁକରେ ଦେଖିବାକୁ ମିଳିଥିଲା । ଏହାସହିତ ସ୍କାଏ-ବ୍ଲୁ କଲାର୍ ଟି-ଶର୍ଟ ସହଙ୍କ ଲୁକ୍ ସହିତ ହାତରେ କ୍ଷତ ଚିହ୍ନ ରହିଥିଲା । ରଣବୀର ଏବଂ ଆଲିଆଙ୍କ ପରେ ଏବେ ପ୍ରଶଂସକମାନଙ୍କ ଅପେକ୍ଷା ବିକି କୌଶଲଙ୍କ ଫାଷ୍ଟ ଲୁକ୍କୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି ।

Leave a comment