କପିଳାସ ପୀଠ ପରିସରରେ ଅଜଗର ସାପ,ଭକ୍ତ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଭୟ

କପିଳାସ ପୀଠ ପରିସରରେ ସାପ । ଢେଙ୍କାନାଳ ପ୍ରସିଦ୍ଧ ଶୈବପୀଠ କପିଳାସର ପାହାଚ ରାସ୍ତାର ଗଣେଷ ମନ୍ଦିର ନିକଟରେ ଏକ ସାପ ଦେଖା ଦେଇଥିବା ବେଳେ ବାରବାଙ୍କ ରାସ୍ତାରେ ଏକ ବଡ଼ ଅଜଗର ସାପ ଦେଖିବାକୁ ମିଳିଛି । ସାପଙ୍କୁ ଦେଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭୟର ବାତା ବରଣ ସୃଷ୍ଟି ହୋଇଛି । ସାପଟି କିଛି ସମୟ ମନ୍ଦିର ଭିତରେ ରହିବା ପରେ ପଳାଇଥିଲା । ତେବେ ମନ୍ଦିର ରାସ୍ତା ନିକଟରେ ବିରାଟ ସାପ ଦେଖାଯିବା ପରେ ଭକ୍ତ ଓ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନ ହୋଇ ଯିବା ଆସିବା କରିବା ଆବଶ୍ୟକ ହୋଇପଡିଛି ।

ଢେଙ୍କାନାଳ ପ୍ରସିଦ୍ଧ ଶୈବପୀଠ କପିଳାସର ପାହାର ରାସ୍ତାର ଗଣେଷ ମନ୍ଦିର ନିକଟରେ ଏକ ସାପ ଦେଖା ଦେଇଥିବା ବେଳେ ବାରବାଙ୍କ ରାସ୍ତାରେ ଏକ ବଡ଼ ଅଜଗର ସାପ ଦେଖିବାକୁ ମିଳିଛି । କପିଳାସକୁ ଯିବା ଉଭୟ  ରାସ୍ତାରେ ସାପ ଦେଖିବାକୁ ମିଳିଥିବା ବେଳେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମଧ୍ୟରେ ଚର୍ଚ୍ଚା ଓ ଭୟର ବାତା ବରଣ ସୃଷ୍ଟି ହୋଇଛି । କପିଳାସ ଶୈବପୀଠକୁ ଯିବା ପାହାଚ ରାସ୍ତାର ଗଣେଶ ମନ୍ଦିର ଭିତରେ ହଠାତ୍ ଏକ ବିରାଟ ସାପ ଦେଖିବାକୁ ମିଳିଥିଲା।ମନ୍ଦିର ଭିତରେ ସାପଟିକୁ ଦେଖି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

Leave a comment