ୟୁପିଆଇ ପେମେଣ୍ଟ ଗ୍ରହଣ କରାଯିବ ନାହିଁ,୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ପାଇଁ ନଗଦ ଦାବି

ୟୁପିଆଇ ପେମେଣ୍ଟ ଗ୍ରହଣ କରାଯିବ ନାହିଁ । MDRକୁ ଗାଜିଆବାଦର ବ୍ୟବସାୟୀଙ୍କ ବିରୋଧ । ମରଚାଣ୍ଟ ଡିସକାଉଣ୍ଟ ରେଟକୁ ବିରୋଧ କରି ଗାଜିଆବାଦର ବ୍ୟବସାୟୀମାନେ ନିଜ ଦୋକାନ ସମ୍ମୁଖରେ ନୋଟିସ୍ ଲଗାଇବା ଆରମ୍ଭ କରିଛନ୍ତି । ଅକ୍ଟୋବର ୧୫ ତାରିଖରୁ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ ପ୍ରସ୍ତାବିତ MDR ବିରୋଧରେ ପ୍ରତିବାଦ କରି ସେମାନଙ୍କ ଦୋକାନ ବାହାରେ “UPI ପେମେଣ୍ଟ ଗ୍ରହଣ କରାଯିବ ନାହିଁ” ବୋଲି ନୋଟିସ ଲଗାଇବା ଆରମ୍ଭ କରିଛନ୍ତି ଗାଜିଆବାଦର ବ୍ୟବସାୟୀ। ପ୍ରସ୍ତାବିତ ୦.୪ ପ୍ରତିଶତ ଚାର୍ଜ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଯଦିଓ ସରକାର MDR ବ୍ୟବସାୟୀଙ୍କଠାରୁ ଆଦାୟ କରାଯିବ, ତେବେ ଅତିରିକ୍ତ ମୂଲ୍ୟ ଗ୍ରାହକଙ୍କୁ ପ୍ରଭାବିତ କରିପାରେ ବୋଲି କହିଛନ୍ତି ବ୍ୟବସାୟୀ । ତେଣୁ ଅକ୍ଟୋବର ୧୫ରୁ ଗ୍ରାହକ କିଣିବା ବେଳେ ନଗଦ ଟଙ୍କା ବହନ କରିବାକୁ ପଡ଼ିବ ବୋଲି କହିଛନ୍ତି ବ୍ୟବସାୟୀ । ବିଶେଷ କରି ୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ପାଇଁ ନଗଦ ଦେବାକୁ ପଡ଼ିପାରେ । ପ୍ରସ୍ତାବିତ MDR ଗାଜିଆବାଦର ବ୍ୟବସାୟୀ ଓ ଦୋକାନୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ବ୍ୟବସାୟୀଙ୍କ ନୋଟିସ୍ ଗ୍ରାହକଙ୍କ ପାଇଁ ଚେତାବନୀ ।

Leave a comment