ଭଗବାନ ଗଣେଶଙ୍କୁ ଭାବୁକ ହୋଇ ବିଦାୟ ଦେବା ସହ ନମ୍ର ଆଖିରେ ବପ୍ପାଙ୍କୁ ପ୍ରାର୍ଥନା କଲେ ଧନଶ୍ରୀ ବର୍ମା,ଯାହା ସମସ୍ତଙ୍କୁ ଖୁବ ଭାବପ୍ରବଣ କରିଛି

ଧନଶ୍ରୀ ବର୍ମାଙ୍କର ଏକ ଭାବପ୍ରବଣ ଭିଡିଓ ସାମ୍ନାକୁ ଆସିଛି, ଯାହା ୨୦୨୬ ଗଣପତି ବିସର୍ଜନ ସମୟର ବୋଲି ଜଣାପଡ଼ିଛି । ସେ ଭଗବାନ ଗଣେଶଙ୍କୁ ଭାବୁକ ହୋଇ ବିଦାୟ ଦେବା ସହ ନମ୍ର ଆଖିରେ ବପ୍ପାଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । କୋରିଓଗ୍ରାଫର ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଧନଶ୍ରୀ ବିସର୍ଜନ ସମାରୋହର କିଛି ଝଲକ ନିଜ ଫଲୋଅର୍ସଙ୍କ ସହ ସେୟାର କରିଛନ୍ତି। ଏଥିରେ ଉତ୍ସବର ଖୁସି ଓ ଭକ୍ତି ସ୍ପଷ୍ଟ ଭାବେ ଦେଖାଯାଇଛି । ତେବେ ବପ୍ପାଙ୍କୁ ବିଦାୟ ଦେବା ସମୟରେ ସେ ଭାବନାପ୍ରବଣ ହୋଇପଡ଼ିଥିଲେ। ଗଣେଶଙ୍କ ମୂର୍ତ୍ତିକୁ ବିସର୍ଜନ ପାଇଁ ନିଆଯାଉଥିବା ବେଳେ ଧନଶ୍ରୀଙ୍କ ଆଖିରେ ଲୁହ ଆସିଯାଇଥିଲା ଏବଂ ସେ କାନ୍ଦି କାନ୍ଦି ବପ୍ପାଙ୍କୁ ବିଦାୟ ଦେଇଥିଲେ।

ଗଣପତି ବିସର୍ଜନ ଗଣେଶ ଚତୁର୍ଥୀ ଉତ୍ସବର ସମାପନ ଦିବସ । ପ୍ରତ୍ୟେକ ଭକ୍ତଙ୍କ ପାଇଁ ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ହୋଇଥାଏ । ଧନଶ୍ରୀ ବର୍ମାଙ୍କ ସହ ମଧ୍ୟ ଗଣପତି ବିସର୍ଜନ ସମୟରେ ଏପରି କିଛି ଘଟିଥିଲା । ସେ ଭଗବାନ ଗଣେଶଙ୍କୁ ବିଦାୟ ଦେବା ବେଳେ କାନ୍ଦୁଥିବା ସହ ତାଙ୍କ ଆଶୀର୍ବାଦ ମାଗୁଥିଲେ ଏବଂ ଆସନ୍ତା ବର୍ଷ ପୁଣି ବପ୍ପା ଫେରି ଆସିବ ବୋଲି କହୁଥିଲେ । ଯାହା ସମସ୍ତଙ୍କୁ ଖୁବ ଭାବପ୍ରବଣ କରିଦେଇଛି ।

ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଧନଶ୍ରୀ ଫ୍ୟାନ୍ସଙ୍କୁ ନିଜ ଗଣେଶୋତ୍ସବ ଏବଂ ଗଣପତି ବିସର୍ଜନର ଝଲକ ଦେଖାଇଛନ୍ତି। ତାଙ୍କର ଭାବପ୍ରବଣ ବିଦାୟ ଅନେକ ଫଲୋଅର୍ସଙ୍କ ହୃଦୟ ଛୁଇଁଛି । ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଉପରେ ଭଲପାଇବା ଓ ଆଶୀର୍ବାଦ ବର୍ଷା କରିଛନ୍ତି । ଉତ୍ସବ ଶେଷ ହୋଇଥିଲେ ମଧ୍ୟ ଧନଶ୍ରୀଙ୍କ ହୃଦୟରୁ ଦିଆଯାଇଥିବା ଏହି ବିଦାୟ ଗଣପତି ବିସର୍ଜନ ସହ ଜଡ଼ିତ ଭକ୍ତି ଓ ଭାବନାକୁ ପ୍ରକାଶ କରିଛି ।

ଧନଶ୍ରୀ ବର୍ମା ଦୀର୍ଘ ସମୟ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ କୋରିଓଗ୍ରାଫର ଧନଶ୍ରୀ ବର୍ମା ଡିସେମ୍ବର ୨୦୨୦ରେ ବିବାହ କରିଥିଲେ । ପରେ ୨୦ ମାର୍ଚ୍ଚ ୨୦୨୫ରେ ଉଭୟେ ପରସ୍ପର ସହମତିରେ ଆନୁଷ୍ଠାନିକ ଭାବେ ଛାଡ଼ପତ୍ର ନେଇଥିଲେ । ଧନଶ୍ରୀ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି । ସେ ନିକଟରେ ଅଶ୍ନୀର ଗ୍ରୋଭରଙ୍କ ହୋଷ୍ଟିଂରେ ଆମାଜନ୍ ଏମ୍‌ଏକ୍ସ ପ୍ଲେୟରର ଶୋ’ ‘ରାଇଜ୍ ଆଣ୍ଡ ଫଲ୍’ରେ ନଜର ଆସିଥିଲେ । ଏବେ ‘ରାଇଜ୍ ଆଣ୍ଡ ଫଲ୍’କୁ ବୀରେନ୍ଦ୍ର ସେହୱାଗ୍ ହୋଷ୍ଟ କରିବେ ।

Leave a comment