ଭାରତ ଓ ବ୍ରାଜିଲ ମଧ୍ୟରେ ଅକ୍ଟୋବର ୩ରେ ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ଖେଳାଯିବ
ଭାରତ ଓ ବ୍ରାଜିଲ ମଧ୍ୟରେ କଲକାତାରେ ଅକ୍ଟୋବର ୩ରେ ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ଖେଳାଯିବ। ଏହା ପୂର୍ବରୁ କୋଚିରେ ଚଳିତ ସେପ୍ଟେମ୍ବର ୨୩ରେ ପୂର୍ବତନ ଖେଳାଳିମାନଙ୍କୁ ନେଇ ଭାରତ ଓ ବ୍ରାଜିଲ ଲିଜେଣ୍ଡ ଫୁଟବଲ ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚ ଲାଗି ବ୍ରାଜିଲ ଲିଜେଣ୍ଡ ଦଳରେ ପୂର୍ବତନ ତାରକା ଖେଳାଳି ତଥା ୨୦୦୫ ବାଲାନ ଡି ଔେର ପୁରସ୍କାର ବିଜେତା ରୋନାଲଡିନୋ ଓ ୧୯୯୯ର ବିଜେତା ରିଭାଲ୍ଡୋ ସ୍ଥାନ ପାଇଛନ୍ତି। ଉକ୍ତ ଦୁଇ ଖେଳାଳି ୨୦୦୨ ବ୍ରାଜିଲ ବିଶ୍ବକପ ଚମ୍ପିଆନ ଦଳର ସଦସ୍ୟ ରହିଥିଲେ। ଉକ୍ତ ପ୍ରଦର୍ଶନୀ ମ୍ୟାଚ ଚେନ୍ନଇର ଗାମମାନ ସ୍ପୋର୍ଟସ ପକ୍ଷରୁ ଆୟୋଜିତ ହେବ। ବାର୍ସିଲୋନା ଓ ଏସି ମିଲନର ପୂର୍ବତନ ଷ୍ଟ୍ରାଇକର ରୋନାଲଡିନୋ ୧୦ ବର୍ଷ ପରେ କୋଚି ଆସୁଛନ୍ତି। ରୋନାଲଡିନୋ ୨୦୧୬ରେ କୋଜିକୋଡିରେ ଆୟୋଜିତ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବ୍ରାଣ୍ଡ ଆମ୍ବାସାଡାର ରହିଥିଲେ। ଏଥିପାଇଁ କୋଚି ଆସିଥିଲେ। ଗତବର୍ଷ ଭାରତ ଓ ବ୍ରାଜିଲ ମଧ୍ୟରେ ଲିଜେଣ୍ଡ ଫୁଟବଲ ମ୍ୟାଚ ଚେନ୍ନଇରେ ଖେଳାଯାଇଥିଲା। ଏଥିରେ ବ୍ରାଜିଲ ଲିଜେଣ୍ଡ୍ସ ୨-୧ ଗୋଲରେ ବିଜୟୀ ହୋଇଥିଲା। ଉକ୍ତ ମ୍ୟାଚରେ ରିକୋର୍ଡା ଓଲିଭିଏରା ଓ ଆଲ୍ଭିଟୋ ନିଟିଙ୍ଗ ଭଳି ତାରକା ଖେଳିଥିଲେ।