ରାଷ୍ଟ୍ରପତି ଭବନରେ ଲାଞ୍ଜିଆ ସଉରାଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ରାଷ୍ଟ୍ରପତିଙ୍କ ଭବନରେ ନୂଆଁଖାଇ ଝଲକ । ରାଷ୍ଟ୍ରପତି ଭବନରେ ଲାଞ୍ଜିଆ ସଉରାଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ରାୟଗଡ଼ା ଜିଲା ଗୁଣୁପୁର ବ୍ଲକରେଜିଙ୍ଗତାଲ ଅଞ୍ଚଳର ଜନଜାତି ଲାଞ୍ଜିଆ ସଉରାଙ୍କ ଏକ ୧୫ଜଣିଆ ସାଂସ୍କୃତିକ ଗ୍ରୁପ୍ ବୀର ଦଳ ବେହେରା ଏବଂ ସାଥୀ ଜୁନେଶ ଶବର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସେହି ସମୟରେ ଲାଞ୍ଜିଆ ସଉରାଙ୍କ ଏକ ଇଡିତାଲ୍ ପେଣ୍ଟିଂ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲାଞ୍ଜିଆ ସଉରା ବୃଦ୍ଧାଙ୍କ ଦ୍ଵାରା ହୁଇସିଲ୍ ମାରି ମହାମହିମ ରାଷ୍ଟ୍ରପତିଙ୍କୁ ମନମୁଗ୍ଧ କରିଥିଲେ ।

ନୂଆଁଖାଇ’ର ଅର୍ଥ ହେଉଛି ନୂଆ ଅନ୍ନ ଖାଇବା । କିନ୍ତୁ ଏହାର ମହତ୍ତ୍ୱ କେବଳ ନୂଆ ଫସଲ ମଧ୍ୟରେ ସୀମିତ ନୁହେଁ । ନୂଆଁଖାଇ ପରିବାରକୁ ଏକାଠି କରେ, ଭାଇଚାରା ବଢ଼ାଏ ଏବଂ ପୁରୁଣା ମନୋମାଳିନ୍ୟ ଭୁଲି ନୂଆ ସମ୍ପର୍କର ଆରମ୍ଭ ପାଇଁ ସନ୍ଦେଶ ଦିଏ । ନବାନ୍ନ ଭକ୍ଷଣ ପରେ ଆରମ୍ଭ ହୁଏ ‘ନୂଆଁଖାଇ ଜୁହାର’। ପରିବାରର ସାନମାନେ ବଡ଼ମାନଙ୍କୁ ଜୁହାର କରି ଆଶୀର୍ବାଦ ନିଅନ୍ତି । ସାଙ୍ଗସାଥୀ, ଆତ୍ମୀୟସ୍ୱଜନ ଓ ପଡ଼ୋଶୀ ପରସ୍ପରକୁ ନୂଆଁଖାଇ ଜୁହାର ଜଣାନ୍ତି ।

Leave a comment