ସ୍କ୍ରବ ଟାଇଫସ୍ ଆତଙ୍କ,୭ ଜଣ ଆକ୍ରାନ୍ତ

ଅନୁଗୋଳ ଜିଲ୍ଲା ପାଳଲହଡା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍ ଆତଙ୍କ । ବର୍ତ୍ତମାନ ସୁଦ୍ଧା ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଭୟଭୀତ ଗ୍ରାମବାସୀ । ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ସାନବାଗଦରୀ ଗାଁ ରେ ସ୍କ୍ରବ ଟାଇଫସ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଧୀରେ ଧୀରେ ସ୍କ୍ରବ ଟାଇଫସ ବ୍ୟାପିବାରେ ଲାଗିଛି । ହାତଗୋଡ ଘୋଳାବିନ୍ଧା ସହ ମୁଣ୍ଡବ୍ୟଥା ଓ ଜ୍ୱର ଅନୁଭବ କରୁଛନ୍ତି ଆକ୍ରାନ୍ତ । ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଅନ୍ୟପଟେ ଡାକ୍ତରୀ ଟିମ ଗାଁକୁ ଯାଇ ଘରକୁ ଘର ଯାଇ ରକ୍ତ ନମୁନା ସଂଗ୍ରହ କରୁଛନ୍ତି । ସିଡିଏମ୍ ଓ କହିଛନ୍ତି ଏକ ପ୍ରକାର କ୍ଷୁଦ୍ର କୀଟ ବା ଟିଙ୍କ କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ । ଏଥିରେ ଆକ୍ରାନ୍ତ ହେଲେ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା ଏବଂ ଶରୀର ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦିଏ । ତେବେ ଠିକ୍ ସମୟରେ ଡକ୍ସିସାଇକ୍ଲିନ୍ ବା ଆଜିଥ୍ରୋମାଇସିନ୍ ବ୍ୟବହାର କଲେ ଏହା ସହଜରେ ଭଲ ହୋଇପାରିବ ।

Leave a comment