ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ମେଟ୍ରୋ ଟିଭି ଓଡିଶା (୨୭.୫.୨୦୨୨)

ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପରିସରରେ ମହା ସମ୍ପ୍ରୋକ୍ଷଣମ୍‌ ନୀତି ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଛନ୍ତି । ବିଶାଖା ଶାରଦାପୀଠମ୍‌ର ମୁଖ୍ୟ ଶ୍ରୀ ସ୍ୱରୂାନନ୍ଦ ସରସ୍ୱତୀ ସ୍ୱାମୀ ଏହି ଉତ୍ସବରେ ଯୋଗଦେବା ସହ ଭୁବନେଶ୍ୱରରେ ଭେଙ୍କଟେଶ୍ୱର ମନ୍ଦିର ପ୍ରତିଷ୍ଠାକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି ।

ତିରୁତି ତିରୁମାଲା ଦେବସ୍ଥାନମ୍‌ ପକ୍ଷରୁ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିବାରୁ ଟିଟିଡିର ସମସ୍ତ କର୍ମକର୍ତ୍ତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସନାତନ ଧର୍ମର ପ୍ରଚାର ପ୍ରସାର ତଥା ସୁରକ୍ଷା ପାଇଁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବା ଆବଶ୍ୟକ ବୋଲି ସ୍ୱରୂାନନ୍ଦ ସରସ୍ୱତୀ କହିଛନ୍ତି ।