ଚିଲିକା ମଝିରେ ଫସିଲା ଡଙ୍ଗା
ମେଟ୍ରୋ ଟିଭି ଓଡିଶା (୨୭.୫.୨୦୨୨)
ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଆଜି ସକାଳେ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଝି ଚିଲିକାରେ ଫସି ରହିଛି । ଡଙ୍ଗାରେ ସବାର ଥିବା ପ୍ରାୟ ୩୦ ରୁ ୪୦ ଯାତ୍ରୀ ଏବେବି ଚିଲିକା ମଝିରେ ଫସି ରହିଛନ୍ତି ।

ତେବେ ଯାତ୍ରା ଆରମ୍ଭ କରିବା ପରେ ପ୍ରାୟ ଦେଢ଼ କିମି ଯିବା ପରେ ହଠାତ୍ ଡଙ୍ଗାର ମୋଟର ଖରାପ ହୋଇଯିବାରୁ ଫସି ରହିଛନ୍ତି ଯାତ୍ରୀ ।