ଫିଟ୍‌ନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା

ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌୍‌ରା ତାଙ୍କ ଫିଟ୍‌ନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫିଟ୍‌ନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନେଇ ଅନୁମତି ପରେ ବୁମ୍‌ରା ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଖେଳିବା ସ୍ପଷ୍ଟ ହୋଇଛି। ଚଳିତ ଅଗଷ୍ଟ ୧୫ରୁ ୨୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଲାଗି ଘୋଷିତ ଭାରତୀୟ ଦଳରେ ବୁମରା ସ୍ଥାନ ପାଇଥିଲେ। କିନ୍ତୁ ସେ ବିସିସିଆଇ ସେଣ୍ଟର ଫର ଏକ୍ସଲେନ୍ସରେ ପୁନଃବାସନ ଥିବାରୁ ଫିଟ୍‌ନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିଲା। ଏବେ ସେ ଫିଟ୍‌ନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବୁମ୍‌ରା ଇଂଲଣ୍ଡ ଗସ୍ତ ସମୟରେ ଏକଦିବସୀୟ ଶୃଙ୍ଖଳା ଖେଳିଥିଲେ। ଯେଉଁଠାରେ ସେ ଆଘାତ ପାଇଥିଲେ। ପରେ ବିସିସିଅାଇ ସେଣ୍ଟର ଅଫ ଏକ୍ସଲେନ୍ସିରେ ତାଙ୍କୁ ପୁନର୍ବାସନ କରାଯାଇଥିଲା।

Leave a comment