ଆସାମରେ ପ୍ରବଳ ବର୍ଷା ପରିସ୍ଥିତିକୁ ସଙ୍କଟାପନ୍ନ,ସାହାଯ୍ୟର ହାତ ବଢାଇଲେ ଅଭିନେତା ରଣଦୀପ ହୁଡ୍ଡା

ଆସାମରେ ପ୍ରବଳ ବର୍ଷା ପରିସ୍ଥିତିକୁ ସଙ୍କଟାପନ୍ନ କରିଛି । ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଏବଂ ଅନେକଙ୍କ ଘରଦ୍ବାର ନଷ୍ଟ ହୋଇଛି । ଏହି ସମୟରେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଆସାମବାସୀଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଅଭିନେତା ଆସାମରେ ପହଞ୍ଚି ରିଲିଫ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି, ଯାହାର ଫଟୋ ଏବେ ଭାଇରାଲ ହେଉଛି ।

ରଣଦୀପ ହୁଡ୍ଡା ଆସାମର ପରିସ୍ଥିତିକୁ ଦେଖି ଗଭୀର ଦୁଃଖ  ପ୍ରକାଶ କରିବା ସହ ବର୍ତ୍ତମାନର ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏଥି ସହ ପୀଡ଼ିତମାନଙ୍କୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛନ୍ତି । ଦେଶର ଲୋକଙ୍କୁ ପରିସ୍ଥିତି ଉପରେ ଧ୍ୟାନ ଦେବାକୁ ଏବଂ ଯଥାସମ୍ଭବ ସହାୟତା ଯୋଗଇବାକୁ ନିବେଦନ କରିଛନ୍ତି ।

ଏହାରି ମଧ୍ୟରେ ଅଭିନେତା ରଣଦୀପ ହୁଡ୍ଡା କହିଛନ୍ତି ଯେ, ଅନେକ ଗାଁ ବୁଡ଼ି ଯାଇଥିବାରୁ ମୁଁ ଗଭୀର ଦୁଃଖିତ । ଲୋକମାନେ ବହୁତ କିଛି ହରାଇଛନ୍ତି । ସମସ୍ତେ ଆଗେଇ ଆସି ବନ୍ୟା ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରୁଛି । ସାହାଯ୍ୟ ଅନେକ ଉପାୟରେ ଯୋଗାଇ ଦିଆଯାଇପାରିବ। ଆପଣ ଆର୍ଥିକ ସହାୟତା ପ୍ରଦାନ କରିପାରିବେ କିମ୍ବା ରିଲିଫ୍ ପ୍ରୟାସରେ ଯୋଗଦାନ ଦେଇପାରିବେ । ନଚେତ୍, ଏହି ପରିସ୍ଥିତିରେ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଶୁଳ୍କ ନ ନେଇ ଆସାମକୁ ରିଲିଫ୍ ସାମଗ୍ରୀ ପରିବହନ ପାଇଁ ଆମକୁ ସାଧନ ଯୋଗାଇ ଦେବା ପାଇଁ ମୁଁ ଏୟାର ଇଣ୍ଡିଆ ପ୍ରତି କୃତଜ୍ଞ । ମୁଁ ମୋର ଦେଶବାସୀଙ୍କୁ ଆସାମବାସୀଙ୍କୁ ସମର୍ଥନ କରିବାକୁ ଏବଂ ଯେକୌଣସି ପ୍ରକାରର ସହାୟତା ଯୋଗାଇବାକୁ ଅନୁରୋଧ କରୁଛି ।

Leave a comment