ଭାରତରେ ଲଞ୍ଚ ହେଲା OnePlus N6x,ଅଗଷ୍ଟ ୪ ତାରିଖରୁ ବିକ୍ରି ପାଇଁ ଉପଲବ୍ଧ ହେବ
OnePlus ଭାରତରେ ଏହାର ନୂତନ ଏଣ୍ଟ୍ରି-ଲେବଲ୍ ସ୍ମାର୍ଟଫୋନ୍ OnePlus N6x ଲଞ୍ଚ କରିଛି । ଏହି ଫୋନଟି 7000mAhର ବଡ଼ ବ୍ୟାଟେରୀ, 120Hz ଡିସପ୍ଲେ ଏବଂ ଏକ MediaTek Dimensity 6360 Apex ଚିପସେଟ୍ ସହିତ ଲଞ୍ଚ ହୋଇଛି । କମ୍ପାନୀ ଏହାକୁ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ ଏବଂ ଦୁଇଟି କଲର ଅପ୍ସନରେ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ୍ ଅଗଷ୍ଟ ୪ ତାରିଖରୁ ବିକ୍ରି ପାଇଁ ଉପଲବ୍ଧ ହେବ ଏବଂ ବ୍ୟାଙ୍କ ଅଫରର ସୁବିଧା ମଧ୍ୟ ପ୍ରଦାନ କରିବ ।
OnePlus N6x ଡୁଆଲ୍ ସିମ୍କୁ ସପୋର୍ଟ କରିଥାଏ ଏବଂ Android 16 ଉପରେ ଆଧାରିତ OxygenOS 16 ପ୍ରଦାନ କରିଛି । ଏହି ଫୋନ୍ 120 Hz ରିଫ୍ରେସ୍ ରେଟ୍, 900 nits ପିକ୍ ବ୍ରାଇଟନେସ୍ ଏବଂ 254 ppi ପିକ୍ସେଲ ଡେନସିଟି ସହିତ 6.8-ଇଞ୍ଚ HD+ LCD ଡିସପ୍ଲେକୁ ସପୋର୍ଟ କରିଥାଏ । ଏଥିରେ ଡାର୍କ ମୋଡ୍, ଆଇ ପ୍ରୋଟେକ୍ସନ୍ ମୋଡ୍, ସ୍କ୍ରିନ୍ କଲର ଟେମ୍ପରେଚର୍ ଆଡଜଷ୍ଟମେଣ୍ଟ ଏବଂ ମଲ୍ଟିପଲ ସ୍କ୍ରିନ୍ ମଲର ମୋଡ୍ ମଧ୍ୟ ରହିଛି । ଫୋନଟି MediaTek Dimensity 6360 Apex ଅକ୍ଟା-କୋର୍ ଚିପସେଟ୍ ଦ୍ୱାରା ପରିଚାଳିତ । ଏଥିରେ 4GB RAM ଏବଂ 128GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସୁବିଧା ପ୍ରଦାନ କରାଯାଇଛି । କମ୍ପାନୀ ଉନ୍ନତ ଥର୍ମାଲ୍ ମ୍ୟାନେଜମେଣ୍ଟ ପାଇଁ ୧୩,୨୮୦ ବର୍ଗ ମିଲିମିଟର ଏରିଆର ଏକ ଭାପର୍ ଚାମ୍ବର କୁଲିଂ ସିଷ୍ଟମ୍ ମଧ୍ୟ ପ୍ରଦାନ କରିଛି ।
ଯଦି କ୍ୟାମେରା କଥା କୁହାଯାଏ ତେବେ ଫଟୋଗ୍ରାଫି ପାଇଁ OnePlus N6x ରେ f/2.2 ଆପେର୍ଚର ସହିତ ସିଙ୍ଗଲ୍ 13-ମେଗାପିକ୍ସେଲର ବ୍ୟାକ୍ କ୍ୟାମେରା, CMOS ସେନ୍ସର, ଅଟୋଫୋକସ୍ ଏବଂ 10x ଡିଜିଟାଲ୍ ଜୁମ୍ ସପୋର୍ଟ ପ୍ରଦାନ କରିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଫୋନଟି 1080p 30 fps ପର୍ଯ୍ୟନ୍ତ ଭିଡିଓ ରେକର୍ଡ କରିପାରିବ । ଏହା 15W ୱାୟାର୍ଡ ଫାଷ୍ଟ ଚାର୍ଜିଂ ଏବଂ 5W ୱାୟାର୍ଡ ରିଭର୍ସ ଚାର୍ଜିଂକୁ ସପୋର୍ଟ କରିଥାଏ । ଏଥି ସହିତ ଏକ ବଡ଼ 7000mAh ବ୍ୟାଟେରୀ ପ୍ୟାକ୍ ପ୍ରଦାନ କରାଯାଇଛି । ଫୋନ୍ 166.38×78.13×8.65mm ସାଇଜର ପ୍ରାୟ ୨୧୪ ଗ୍ରାମର ଓଜନର ରହିଛି ।
OnePlus N6x ର ପ୍ରାରମ୍ଭିକ ମୂଲ୍ୟ ୧୮,୯୯୯ଟଙ୍କାରୁ ଆରମ୍ଭ ହେଉଛି । ଯାହାର 4GB RAM ଏବଂ 64GB ଷ୍ଟୋରେଜ୍ ସୁବିଧା ରହିଛି । ଏହା ବ୍ୟତୀତ 4GB RAM ଏବଂ 128GB ଷ୍ଟୋରେଜ୍ ଭାରିଆଣ୍ଟ ୨୦,୯୯୯ଟଙ୍କାରେ ଉପଲବ୍ଧ ହେବ । କମ୍ପାନୀ କିଛି ବ୍ୟାଙ୍କ କାର୍ଡରେ ୧୫୦୦ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମଧ୍ୟ ପ୍ରଦାନ କରୁଛି । ୟୁଜର୍ସ ଛଅ ମାସ ପର୍ଯ୍ୟନ୍ତ ନୋ-କଷ୍ଟମ EMIର ସୁବିଧା ମଧ୍ୟ ପାଇପାରିବେ । ଏହି ସ୍ମାର୍ଟଫୋନ୍ Amazon ଏବଂ OnePlus ର ଅନଲାଇନ୍ ଷ୍ଟୋରରେ ୪ ଅଗଷ୍ଟ ଦିନ ୧୨ ଟାରୁ ବିକ୍ରୟ ପାଇଁ ଉପଲବ୍ଧ ହେବ । ଯାହା Burgundy Lady ଏବଂ Ice Blue କଲରରେ ଉପଲବ୍ଧ ହେବ ।