ହସ୍ପିଟାଲରେ ଭର୍ତ୍ତି ହେବାକୁ ନୂଆ ଇନ୍ସୁରାନ୍ସ ନିୟମ,ବିନା ଆବଶ୍ୟକତାରେ ଭର୍ତ୍ତି ହୋଇପାରବେନି ରୋଗୀ
ହସ୍ପିଟାଲରେ ଭର୍ତ୍ତି ହେବାକୁ ନୂଆ ଇନ୍ସୁରାନ୍ସ ନିୟମ । ବିନା ଆବଶ୍ୟକତାରେ ଭର୍ତ୍ତି ହୋଇପାରବେନି ରୋଗୀ । ସାଧାରଣ ବୀମା ପରିଷଦର ନୂଆ ଗାଇଡଲାଇନ୍ । ଅଯଥା ଡାକ୍ତରଖାନା ଭର୍ତ୍ତି ମାମଲାକୁ ରୋକିବା ହେଉଛି ଏହାର ଉଦ୍ଦେଶ୍ୟ । ହସ୍ପିଟାଲ ଏବଂ ନର୍ସିଂ ହୋମଗୁଡ଼ିକୁ ଏକ କ୍ଲିନିକାଲ୍ ପରାମର୍ଶ ଜାରି କରିଛି ସାଧାରଣ ବୀମା ପରିଷଦ । ଯେଉଁଥିରେ ଉଲ୍ଲେଖ ଅଛି, ସାଧାରଣ ଜ୍ୱର ଏବଂ ସଂକ୍ରାମକ ରୋଗରେ ପୀଡିତ ରୋଗୀଙ୍କୁ କେବେ ଭର୍ତ୍ତି କରାଯିବା । ଏହା ସହ ନଗଦହୀନ ବୀମା କଭରେଜ୍ ପାଇଁ କେତେବ ଯୋଗ୍ୟ ବିବେଚିତ କରାଯିବା ଉଚିତ ତାହା ଜଣାଇବା ପାଇଁ ମଧ୍ୟ ଗାଇଡଲାଇନ ଜାରି କରିଛି ସାଧାରଣ ବୀମା ପରିଷଦ । ହସ୍ପିଟାଲରେ ଏଣ୍ଟ୍ରି କେବଳ ଜ୍ୱର ନୁହେଁ ବରଂ ଚିକିତ୍ସା ଆବଶ୍ୟକତା ଉପରେ ଆଧାରିତ ହେବା ଉଚିତ। ଏହା ସୁପାରିଶ କରେ ଯେ ଜଟିଳ ଜ୍ୱର ଥିବା ରୋଗୀମାନଙ୍କୁ ବାହ୍ୟ ରୋଗୀ ଆଧାରରେ ପରିଚାଳନା କରାଯିବା ଏବଂ ଭାଇରାଲ୍ ଜ୍ୱର, ନିମୋନିଆ ଏବଂ ତୀବ୍ର ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ସମେତ ଅବସ୍ଥା ପାଇଁ ନିର୍ଦ୍ଦିଷ୍ଟ ପ୍ରବେଶ ମାନଦଣ୍ଡ ସ୍ଥିର କରାଯାଇଛି । ଯେଉଁ ରୋଗୀଙ୍କ ଜର ଜଟିଳ ନୁହେଁ ସେମାନଙ୍କ ଚିକିତ୍ସା ଆଉଟପେସେଣ୍ଟ ଭାବେ କରାଯିବ ।
ସେହିପରି ଭାଇରାଲ୍ ଜ୍ୱର, ନିମୋନିଆ ଏବଂ acute gastroenteritis ରୋଗୀଙ୍କ ଭର୍ତ୍ତି ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ପ୍ରବେଶ ମାନଦଣ୍ଡ ସ୍ଥିର କରାଯାଇଛି ଗାଇଡଲାଇନରେ । ରୋଗୀଙ୍କୁ ସେତେବେଳେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପରାମର୍ଶ ଦିଆଯିବ ଯେତେବେଳେ ରୋଗୀଙ୍କ ନିକଟରେ ଗୁରୁତର ଲକ୍ଷଣ ଦେଖାଯିବ । ଲଗାତର ଜର, ନିଶ୍ୱାସ ନେବାରେ କଷ୍ଟ, ଡିହାଇଡ୍ରେସନ, ସଜ୍ଞାହୀନ ହେବା ଏବଂ ଅଜ୍ଞପ୍ରତ୍ୟଜ୍ଞ କାମ ନକଲେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପରାମର୍ଶ ଦେବ ଉକ୍ତ ହସ୍ପିଟାଲ୍ । ଅନ୍ୟପଟେ ଏହି ନୂଆ ନିୟମକୁ ନେଇ ଚିନ୍ତାରେ ଡାକ୍ତରଖାନା କର୍ତ୍ତୃପକ୍ଷ । ଡାକ୍ତରମାନେ ଚେତାବନୀ ଦେଇ କହିଛନ୍ତି,ଏହି ନିର୍ଦ୍ଦେଶାବଳୀ ଯୋଗୁ ବଳି ପଡିପାରନ୍ତି ପ୍ରକୃତରେ ହସ୍ପିଟାଲ ସେବା ଆବଶ୍ୟକ କରୁଥିବା ରୋଗୀ । ପକୃତରେ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କ ବୈଧ ଦାବିକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ବ୍ୟବହାର କରାଯାଇପାରେ ଏହି ନିୟମ ।