ଗତ ସପ୍ତାହରେ ଷ୍ଟକ୍ ବଜାରରେ ବୃଦ୍ଧି ଯୋଗୁଁ ଦେଶର ଶ୍ରେଷ୍ଠ ୧୦ କମ୍ପାନିରୁ ୮ କମ୍ପାନିର ମୂଲ୍ୟ ୧.୯୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ଏଥିରେ ଘରୋଇ କ୍ଷେତ୍ରର ଆଇସିଆଇସିଆଇ ବ୍ୟାଙ୍କ ସବୁଠୁ ଅଧିକ ଲାଭ ସହିତ ଏହି ତାଲିକାରେ ସବୁଠୁ ଉପରେ ରହିଛି। ଆଇସିଆଇସିଆଇ ବ୍ୟାଙ୍କର ମୂଲ୍ୟ ସବୁଠୁ ଅଧିକ ୫୬,୨୨୩ କୋଟି ଟଙ୍କା ବୃଦ୍ଧି ପାଇ ମୋଟ ୯.୬୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।ଏଚଡିଏଫ୍ସି ବ୍ୟାଙ୍କର ବଜାର ପୁଞ୍ଜି ୩୮,୫୭୧ କୋଟି ବୃଦ୍ଧି ପାଇ ୧୧.୮୯ ଳକ୍ଷ କୋଟିରେ ପହଞ୍ଚିଛି। ଏହାବ୍ୟତୀତ ଏସବିଆଇ, ବଜାଜ ଫାଇନାନ୍ସ, ଭାରତୀ ଏୟାରଟେଲ, ଲାର୍ସନ ଆଣ୍ଡ ଟୁବ୍ରୋ, ହିନ୍ଦୁସ୍ତାନ ୟୁନିଲିଭର ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଜାର ମୂଲ୍ୟ ବୃଦ୍ଧି ପାଇଛି। ତେବେ ଗତ ସପ୍ତାହରେ ଟିସିଏସ୍ ଓ ଏଲଆଇସିର ବଜାର ମୂଲ୍ୟ ହ୍ରାସ ପାଇଛି। ଗତ ସପ୍ତାହର ମୂଲ୍ୟାଙ୍କନ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ତାଲିକାର ଶୀର୍ଷରେ ରହିଛି।ଏହାପରେ ଏଚଡିଏଫସି ବ୍ୟାଙ୍କ, ଭାରତୀ ଏୟାରଟେଲ୍, ଆଇସିଆଇସିଆଇ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଟିସିଏସ୍, ବଜାଜ ଫାଇନାନ୍ସ, ଲାର୍ସନ୍ ଆଣ୍ଡ୍ ଟୁବ୍ରୋ, ହିନ୍ଦୁସ୍ତାନ ୟୁନିଲିଭର ଓ ଏଲଆଇସି ରହିଛନ୍ତି। ଗତ ସପ୍ତାହରେ ସେନସେକ୍ସ ୧୨୮୪.୬୧ (୧.୭୩%) ପଏଣ୍ଟ ଓ ନିଫ୍ଟି ୨୫୬.୨ (୧%) ପଏଣ୍ଟ ବୃଦ୍ଧି ପାଇଥିଲା। ଶୁକ୍ରବାର ସେନସେକ୍ସ ୧୬୯୫ ପଏଣ୍ଟ ବୃଦ୍ଧି ପାଇ ୭୫,୫୨୭ରେ ବନ୍ଦ ହୋଇଥିଲା, ନିଫ୍ଟି ୪୬୧ ପଏଣ୍ଟ ବୃଦ୍ଧି ପାଇ ୨୩,୬୨୨ରେ ପହଞ୍ଚିଥିଲା।