ଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକୀ, ଦୁଃଖ ପ୍ରକାଶ କରିଛନ୍ତି ଭଉଣୀ ଶ୍ବେତା

ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୨୦୨୦ ମସିହାରେ ଆଜିର ଦିନରେ ଦୁନିଆକୁ ଛାଡି ଚାଲିଯାଇଥିଲେ । ତାଙ୍କ ହଠାତ୍ ମ୍ତ୍ୟୁକୁ କେହି ବି ଗ୍ରହଣ କରିପାରିନଥିଲେ । ପରିବାର ଠାରୁ ଆରମ୍ଭ ପରି ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଥିଲା । ସୁଶାନ୍ତ ସିଂହ ଦୁନିଆକୁ ୬ ବର୍ଷ ହେଲାଣି ଛାଡି ଚାଲିଗଲେଣି । କିନ୍ତୁ ଆଜି ବି ଫ୍ୟାନ୍ସଙ୍କ ହୃଦୟ ରେ ଜୀବନ୍ତ ରହିଛନ୍ତି ।

ସୁଶାନ୍ତଙ୍କ ଶ୍ରାଦ୍ଧବାର୍ଷିକୀରେ ଭଉଣୀ ଶ୍ବେତା ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସୁଶାନ୍ତ ସିଂହଙ୍କ ରାମ ଅବତାର ଦେଖିବାକୁ ମିଳିଛି । ଏଆଇ ଜେନେରେଟେଡ୍ ପୋଷ୍ଟ ଦେଖି ଫ୍ୟାନ୍ସ ମଧ୍ୟ ବହୁତ ଇମୋସନାଲ ହୋଇ ଫଟୋ ସେୟାର କରିଛନ୍ତି । ୩୪ ବର୍ଷ ବୟସରେ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ଫ୍ୟାନ୍ସଙ୍କ ମନରୁ କେବେ ଲିଭିବ ନାହିଁ । ୧୪ ଜୁନରେ ସୁଶାନ୍ତ ସିଂଙ୍କ ୬ତମ ଶ୍ରାଦ୍ଧ ବାର୍ଷିକୀରେ ଭଉଣୀ ଶ୍ବେତା ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ଛଅ ବର୍ଷ… ସମୟ ବିତିଗଲାଣି, କିନ୍ତୁ କିଛି ସ୍ମୃତି ସମୟ ଠାରୁ ମଧ୍ୟ ବଡ଼ । ଯେତେବେଳେ ବି ଭାଇ ବିଷୟରେ ଭାବୁଛି, ଜାଣିନି ସେ କେମିତି ଚାଲିଗଲା ।

ସୁଶାନ୍ତଙ୍କ ସୀମିତ କ୍ୟାରିୟର ମଧ୍ୟରେ ସମୁଦାୟ ୩୦ ଟି ଫିଲ୍ମରେ ଅଭିନୟ କରିଥିଲେ।  ତାଙ୍କର ଫିଲ୍ମ କ୍ୟାରିୟର ‘କାଇ ପୋ ଚେ’ରୁ ଆରମ୍ଭ ହୋଇ ‘ଦିଲ୍‌ ବିଚାରା’ରେ ଶେଷ ହୋଇଥିଲା । ଏହା ସହ ଏମ୍‌ .ଏସ୍‌ ଧୋନି, ଛିଛୋରେ, କେଦାରନାଥ, ରାବ୍‌ତା ଇତ୍ୟାଦି ଫିଲ୍ମ ତାଙ୍କର ଖୁବ୍‌ ହିଟ୍‌ ହୋଇଛି ।

ନିଜର ଟ୍ୟାଲେଣ୍ଟକୁ ନେଇ ସୁଶାନ୍ତ ବଲିଉଡରେ ପାଦ ଥାପିଥିଲେ, କିନ୍ତୁ ଏଥିରେ ତିଷ୍ଠି ରହିବା ପାଇଁ ତାଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ସୁଶାନ୍ତ ନିଜ ପରିଶ୍ରମ ବଳରେ ନିଜର କ୍ୟାରିୟର ଗଢ଼ିଥିଲେ । ବଲିଉଡରେ ତାଙ୍କର କେହି ଗଡ୍ଫାଦର୍ ନଥିବାରୁ ତାଙ୍କୁ ଖୁବ୍ କଷ୍ଟ କରିବାକୁ ପଡୁଥିଲା ।

Leave a comment