ଜିରା, ଜୁଆଣି ଏବଂ ମେଥି,ଆପଣଙ୍କ ଶରୀର ପାଇଁ ଏହି ତିନୋଟି ମଧ୍ୟରୁ କେଉଁଟି ସବୁଠାରୁ ଭଲ ?

ସୁସ୍ଥ ରହିବାକୁ ଆମେ କେତେ କ’ଣ ଘରୋଇ ଉପାୟ ଆପଣାଉ। ତା’ ଭିତରେ ଗୁରୁତ୍ବପୂର୍ଣ୍ଣ ହେଉଛି ସକାଳ ସମୟ । ସକାଳୁ କିଛି ପାଣି ଏମିତି ପ୍ରସ୍ତୁତ କରି ରଖିଥାଉ ଯାହାକୁ ପିଇଲେ ପୂରା ଦିନ ହାଲକା ଲାଗେ । ସବୁ ଠିକ୍ ଠାକ୍ ଚାଲେ  । ଯେମିତି ଜିରା ପାଣି, ମେଥି ପାଣି, ତ୍ରିଫଳା ପାଣି । ହେଲେ ତା’ ଭିତରୁ କେଉଁଟା କ’ଣ ପାଇଁ ଦରକାର? କେଉଁଟା ସକାଳୁ ପିଇବା ସବୁଠୁ ଭଲ ତାହା ଜାଣିବା ଦରକାର । ଅନେକ ଲୋକ ସକାଳୁ ଉଠି ଚା’ କିମ୍ବା କଫି ପିଇବା ପରିବର୍ତ୍ତେ ବିଭିନ୍ନ ପ୍ରକାରର ହର୍ବାଲ୍ ପାଣି ପିଇବାକୁ ଉଚିତ ମନେକରନ୍ତି । ଭାରତୀୟ ରୋଷେଇ ଘରେ ସହଜରେ ମିଳୁଥିବା ଜିରା, ଜୁଆଣି ଏବଂ ମେଥି ଏହି ତିନୋଟି ଯାକ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। କହିବାକୁ ଗଲେ ସ୍ବାସ୍ଥ୍ୟ ପାଇଁ ରାମବାଣ ।  କିନ୍ତୁ ମନକୁ ପ୍ରଶ୍ନ ଆସେ , ଆପଣଙ୍କ ଶରୀର ପାଇଁ ଏହି ତିନୋଟି ମଧ୍ୟରୁ କେଉଁଟି ସବୁଠାରୁ ଭଲ ? ଡାକ୍ତର ଏବଂ ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ଆପଣଙ୍କ ଶରୀରର ଆବଶ୍ୟକତା ଉପରେ ନିର୍ଭର କରେ ।

ଜୁଆଣି ପାଣି : ଗ୍ୟାସ୍ ଏବଂ ଏସିଡିଟିରୁ ମୁକ୍ତି ପାଇଁ
ଯୁଆଣିକୁ ଆୟୁର୍ବେଦରେ ପେଟ ଯନ୍ତ୍ରଣାର ମହୌଷଧି କୁହାଯାଏ।
ଉପକାରିତା: ଯଦି ଆପଣ ବାରମ୍ବାର ଗ୍ୟାସ୍, ପେଟ ଫାମ୍ପିବା କିମ୍ବା ଏସିଡିଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଯୁଆଣି ପାଣି ଆପଣଙ୍କ ପାଇଁ ବରଦାନ ସଦୃଶ। ଏହା ପେଟରେ ଏନଜାଇମ୍ ଗୁଡ଼ିକର କାର୍ଯ୍ୟକାରିତା ବଢ଼ାଇଥାଏ, ଯାହାଫଳରେ ଖାଦ୍ୟ ଶୀଘ୍ର ହଜମ ହୁଏ। ମହିଳାମାନଙ୍କ ପାଇଁ ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣା କମାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ।
କାହା ପାଇଁ ଭଲ: ଯେଉଁମାନଙ୍କୁ ଦୀର୍ଘ ଦିନରୁ ଗ୍ୟାଷ୍ଟ୍ରିକ୍ ସମସ୍ୟା ଅଛି କିମ୍ବା ଖାଇବା ପରେ ପେଟ ଭାରି ଲାଗୁଛି, ସେମାନେ ସକାଳୁ ଯୁଆଣି ପାଣି ପିଇବା ଉଚିତ୍।
ଗର୍ଭବତୀ ମହିଳାମାନେ ମଧ୍ୟ  ଯୁଆଣି ପାଣିକୁ ପିଇବା ଉଚିତ୍‌ ନୁହେଁ ।   କାରଣ ଏହା ଗର୍ଭାଶୟ ସଙ୍କୋଚନକୁ ଟ୍ରିଗର କରିପାରେ।
ମେଥି ପାଣି :ମଧୁମେହ ଏବଂ ହରମୋନ୍ ସନ୍ତୁଳନ କରେ
ମେଥି ମଞ୍ଜିରେ ଫାଇବର ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୂର ରହିଥାଏ।
ଉପକାରିତା: ମେଥି ପାଣି ରକ୍ତରେ ଶର୍କରା (Sugar) ର ପରିମାଣକୁ ନିୟନ୍ତ୍ରଣ କରିବାରେ ବହୁତ ପ୍ରଭାବଶାଳୀ। ଏହା ମଧୁମେହ (Diabetes) ରୋଗୀଙ୍କ ପାଇଁ ବହୁତ ଭଲ। ଏହା ବ୍ୟତୀତ ମେଥି ପାଣି କେଶ ଝଡ଼ିବା ରୋକିବା ଏବଂ ଚର୍ମର ଉଜ୍ଜ୍ୱଳତା ବଢ଼ାଇବାରେ ସାହାଯ୍ୟ କରେ। ଏହା ଶରୀରରୁ ଖରାପ କୋଲେଷ୍ଟ୍ରଲ୍ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
କାହା ପାଇଁ ଭଲ: ଯଦି ଆପଣଙ୍କୁ ମଧୁମେହ ଅଛି କିମ୍ବା ହରମୋନ୍ ଅସନ୍ତୁଳନ (PCOS ପରି) ସମସ୍ୟା ଅଛି, ତେବେ ମେଥି ପାଣି ଆପଣଙ୍କ ପାଇଁ ଶ୍ରେଷ୍ଠ।
କିନ୍ତୁ ସାବାଧାନ ମେଥି ପାଣି ଅତ୍ୟଧିକ ପିଇବା ଦ୍ୱାରା ଲୁଜ୍ ମୋସନ୍ ହୋଇପାରେ, ତେଣୁ ଡାଇବେଟିସ୍ ଔଷଧ ଖାଉଥିବା ରୋଗୀମାନେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ହିଁ ଏହାକୁ ଖାଇବା ଆରମ୍ଭ କରିବା ଉଚିତ।

ଡାକ୍ତରଙ୍କ ଅନୁଯାୟୀ ‘ବେଷ୍ଟ’ କେଉଁଟି?
ଡାକ୍ତରଙ୍କ ମତରେ, ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅନୁଯାୟୀ ଆପଣ ବିଭିନ୍ନ ପାନୀୟକୁ ବାଛିବା ଉଚିତ୍:
ଓଜନ କମାଇବା ପାଇଁ – ଜିରା ପାଣି
ଗ୍ୟାସ୍ ଓ ପେଟ ସମସ୍ୟା ପାଇଁ – ଯୁଆଣି ପାଣି
ସୁଗାର୍ ଓ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ପାଇଁ – ମେଥି ପାଣି
କିପରି ପ୍ରସ୍ତୁତ କରିବେ?
ଏହି ପାନୀୟ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ମଞ୍ଜିକୁ (ଜିରା, ଜୁଆଣି କିମ୍ବା ମେଥି) ଏକ ଗ୍ଲାସ୍ ପାଣିରେ ରାତିସାରା ଭିଜାଇ ରଖନ୍ତୁ। ସକାଳୁ ଏହି ପାଣିକୁ ସାମାନ୍ୟ ଉଷୁମ କରି ଛାଣି ଦିଅନ୍ତୁ ଏବଂ ଧୀରେ ଧୀରେ ପିଅନ୍ତୁ।

Leave a comment