ଏଲ୍ ନିନୋ ପ୍ରଭାବରେ ଜୁନ୍‌ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ –  IMD

ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ଜୁନ୍‌ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଏଲନିନୋ ପ୍ରଭାବରେ ୧୦ ପ୍ରତିଶତ କମ୍ ବର୍ଷା ହେବ ।

ଓଡ଼ିଶା କଥା ଦେଖିଲେ, ଉତ୍ତର ଓଡ଼ିଶାରେ ସାମାନ୍ୟରୁ କମ୍ ବର୍ଷା ହେବ । ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ତାଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ମୋଟାମୋଟି ଭାବେ ବର୍ଷାର ତାରତମ୍ୟ ଅନୁଭୂତ ହେବ ବୋଲି IMD ଡିଜି କହିଛନ୍ତି ।ସେପଟେ ସୋଆ ସିଇସି ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ଚେତାବନୀ, ୨୦୧୫ ଏଲ୍ ନିନୋରେ ୧୦% କମ୍ ବର୍ଷା, ୨୦୧୬ ମେରେ ୪୫°+ ତାତି ଅନୁଭୂତ ହୋଇଥିଲା । ଏଥର ସୁପର” ଏଲ୍ ନିନୋ ହେଲେ କଣ ହେବ ଏଥର ସୁପର ଏଲ୍ ନିନୋକୁ ପାଣିପାଗ ବିଶେଷଜ୍ଞ ମାନେ କ୍ରାଇଷ୍ଟ ଓ ଲିଟଲି ବୟ ନା ଦେଇଛନ୍ତି ବୋଲି କହିଛନ୍ତି । ଆମେରିକା, ୟୁରୋପ ନୁହେଁଡ଼ିଶା ଚାଷୀ ବି ପ୍ରଭାବିତ ହେବା ଆଶଙ୍କା ରହିଛି । ସେପଟେ ମୌସୁମୀ କେରଲମ୍ ଛୁଇଁନି, ଡ଼ିଶା ଛୁଇଁବ ୧୫ ଜୁନ୍ ପରେ । ଜୁନ୍ ଶୁଖିଲା ଗଲେ ରୋପଣ ବିପର୍ଯ୍ୟସ୍ତ ହେବ ।

Leave a comment