ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ କମ୍ପାନି ”ମେଟା” ପକ୍ଷରୁ ପୁଣି ଥରେ ବଡ଼ ଧରଣର କର୍ମଚାରୀ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନୂତନ ପଦକ୍ଷେପ ଦ୍ୱାରା କମ୍ପାନିର ବିଶ୍ୱସ୍ତରୀୟ କାର୍ଯ୍ୟବଳର ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍ ୮,୦୦୦ କର୍ମଚାରୀ ପ୍ରଭାବିତ ହେବେ। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ମେଟା ନିଜର ସିଙ୍ଗାପୁର ହବ୍ରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାନୀୟ ସମୟ ଭୋର ୪ଟାରେ ଇମେଲ୍ ପଠାଇ ଏହି ସୂଚନା ଦେବା ଆରମ୍ଭ କରିଛି। ଆମେରିକା, ବ୍ରିଟେନ ସମେତ ବିଭିନ୍ନ ଅଞ୍ଚଳର କର୍ମଚାରୀଙ୍କୁ ଆଜି ଘରୁ କାମ କରିବାକୁ କୁହାଯାଇଛି। କମ୍ପାନୀ ପକ୍ଷରୁ ପ୍ରାୟ ୬,୦୦୦ ନୂତନ ନିଯୁକ୍ତି ପଦବୀକୁ ମଧ୍ୟ ବନ୍ଦ କରିଦିଆଯାଇଛି। ବିଶେଷ କରି ଇଞ୍ଜିନିୟରିଂ ଏବଂ ପ୍ରଡକ୍ଟ ଟିମ୍ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି।ମେଟାର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଜାନେଲ ଗେଲଙ୍କ ଏକ ଆଭ୍ୟନ୍ତରୀଣ ସୂଚନା ଅନୁଯାୟୀ, କମ୍ପାନି ଏକ ଛୋଟ ଏବଂ ଅଧିକ ପ୍ରଭାବଶାଳୀ ”ଫ୍ଲାଟର ଷ୍ଟ୍ରକଚର” ଗଠନ କରିବାକୁ ଲକ୍ଷ୍ୟ ରଖିଛି। ଚାକିରି କାଟିବା ସହ କମ୍ପାନି ପ୍ରାୟ ୭,୦୦୦ କର୍ମଚାରୀଙ୍କୁ ନୂତନ ”ଏଆଇ-ନେଟିଭ୍” ଟିମରେ ସାମିଲ କରିବାକୁ ଯାଉଛି। ମାର୍କ ଜୁକରବର୍ଗଙ୍କ ନେତୃତ୍ୱରେ ମେଟା ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ୧୨୫ ବିଲିୟନରୁ ୧୪୫ ବିଲିୟନ ଡଲାର (ପ୍ରାୟ ୧୦ରୁ ୧୨ ଲକ୍ଷ କୋଟି ଟଙ୍କା) ବିନିଯୋଗ କରିବାକୁ ଯୋଜନା କରୁଛି।ଏହି ବଡ଼ ନିଷ୍ପତ୍ତି ପୂର୍ବରୁ କର୍ମଚାରୀଙ୍କ ମନୋବଳ ହ୍ରାସ ପାଇଥିବା ବେଳେ, କମ୍ପାନୀ ଦ୍ୱାରା କର୍ମଚାରୀଙ୍କ କାର୍ଯ୍ୟଶୈଳୀ ଉପରେ ନଜର ରଖିବା ପାଇଁ ବ୍ୟବହୃତ ହେଉଥିବା ”ମାଉସ୍-ଟ୍ରାକିଂ ଓ କୀ-ଷ୍ଟ୍ରୋକ” ସଫ୍ଟୱେରକୁ ନେଇ ପ୍ରାୟ ୧,୦୦୦ରୁ ଅଧିକ କର୍ମଚାରୀ ଏହା ବିରୋଧରେ ଆବେଦନ କରିଛନ୍ତି। କେବଳ ମେଟା ନୁହେଁ, ବରଂ ଓରାକଲ୍ (୩୦,୦୦୦ ଛଟେଇ), ସିସ୍କୋ, ମାଇକ୍ରୋସଫ୍ଟ ଓ ଆମାଜନ ଭଳି ବଡ଼ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟ ଏଆଇ ଉପରେ ଅଧିକ ଫୋକସ୍ କରିବା ପାଇଁ ନିଜର କର୍ମଚାରୀ ସଂଖ୍ୟା କମାଉଛନ୍ତି
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ