ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟୀ ଡାଲଚିନି ପାଣି
ଭାରତର ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ଡାଲଚିନି ନିଶ୍ଚୟ ଥିବ । ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରେ । ଏଥିରେ ଏଣ୍ଟି ଅକ୍ସିଡାଣ୍ଟ, ଏଣ୍ଟି ଇନ୍ଫ୍ଲାମେଶନ୍,ଏଣ୍ଟି ଡାଇବେଟିକ ଓ ଫାଇଟୋକେମିକାଲ ଗୁଣ ରହିଛି । ଏହା ସହିତ ଏଥିରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାର କ୍ଷମତା ମଧ୍ୟ ରହିଛି । ଯଦି ଡାଲଚିନି ଖାଦ୍ୟରେ ସାମିଲ ହୁଏ, ତେବେ ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣରେ ରଖେ । ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୁଏ । ଡାଲଚିନି ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇପାରେ, ବିଶେଷକରି କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ବେଶୀ ଫଳପ୍ରଦ ହୋଇଥାଏ । ବିଶେଷ କରି ଏହି ପାଣି କେଉଁମାନେ ପିଇବା ଉଚିତ୍ ଆସନ୍ତୁ ଜାଣିବା ।
ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟୀ ହୋଇଥାଏ । ଡାଲଚିନି ଇନସୁଲିନ୍ ସମ୍ବେଦନଶୀଳତାକୁ ଉନ୍ନତ କରେ । ବିଶେଷ କରି ଟାଇପ୍ ୨ର ଡାଇବେଟିସ ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ । ସକାଳେ ଖାଲି ପେଟରେ ଏହାକୁ ଖାଇବାକୁ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ । ଫଳରେ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ ।
ଡାଲଚିନି ପାଣି ମେଟାବାୟୋଲିଜିମକୁ ବୃଦ୍ଧି କରିଥାଏ । ଯାହା ଶରୀରକୁ ଅଧିକ କ୍ୟାଲୋରୀ ଯୋଗାଇଥାଏ । ଏହା ରକ୍ତ ଶର୍କରା ସ୍ତରକୁ ସ୍ଥିର କରି ହଠାତ୍ ଭୋକକୁ ନିୟନ୍ତ୍ରଣ କରିଥାଏ । ଯାହା ଅନାବଶ୍ୟକ ଖାଦ୍ୟ ଖାଇବାକୁ ଏଡାଇବାରେ ସାହାଯ୍ୟ କରିଥାଏ । ଶରୀରରେ ଜମାଟ ବାନ୍ଧୁଥିବା ଚର୍ବିକୁ ହ୍ରାସ କରିଥାଏ । ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଭଲ ଉପଶମ ସଦୃଶ ହୋଇଥାଏ ଡାଲଚିନି ପାଣି । ଭୋକକୁ ନିୟନ୍ତ୍ରଣ ରଖିବାରୁ ଓଜନ ମଧ୍ୟ କମିଯାଇଥାଏ ।
ଡାଲଚିନି ପାଣି ପିଇବା ଦ୍ବାରା ପାଚନରେ ଥିବା ସମସ୍ୟା ଦୂର ହୋଇଥାଏ । କାରଣ ଏଥିରେ ପ୍ରାକୃତିକ ପାଚନ ଗୁଣ ରହିଛି । ଯାହା ପାଚନ ପ୍ରକ୍ରିୟାକୁ ଉନ୍ନତ କରିବା ସହିତ ଅନ୍ୟାନ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଯେମିତିକି ଗ୍ୟାସ୍, ପେଟ ଫୁଲିବା, ବଦହଜମୀ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ ।
ହରମୋନ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ଡାଲଚିନି ପାଣି । ଯାହା ପିରିୟର୍ଡସକୁ ନିୟନ୍ତ୍ରଣ କରିବା ଏବଂ ଓଭ୍ୟୁଲେସନକୁ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରିପାରିବ ।
ଏହା ଛଡ଼ା ଡାଲଚିନି ପାଣିରେ ଆଣ୍ଟିଅକ୍ସିଡାଣ୍ଟ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରେ। ଏହା ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ହୃଦରୋଗ ରୋଗର ଆଶଙ୍କାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏତିକି ନୁହେଁ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ । ଏହା ଥଣ୍ଡା, କାଶ ଏବଂ ଗଳା ଯନ୍ତ୍ରଣାରେ ମଧ୍ୟ ଲାଭଦାୟକ ।
ଡାଲଚିନି ପାଣି କିପରି ବ୍ୟବହାର କରିବେ ?
ଏକ ପ୍ୟାନରେ ପାଣି ଏବଂ ଡାଲଚିନି ମିଶାନ୍ତୁ । ଏହାକୁ ଲୋଫ୍ଲେମରେ ୫-୧୦ ମିନିଟ୍ ଯାଏଁ ଫୁଟାନ୍ତୁ । ପରେ ଗ୍ୟାସକୁ ବନ୍ଦ କରି ସେହି ଔଷଧୀୟ ପାଣିକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ପିଇବା ପୂର୍ବରୁ ସେହି ପାଣିକୁ ଛାଣି ନିଜ ହିସାବରେ ଅର୍ଥାତ୍ ଥଣ୍ଡା କରି ନଚେତ୍ ହାଲକା ଉଷୁମ୍ କରି ପିଇପାରିବେ । ସ୍ବାଦ ପାଇଁ ସେଥିରେ ଅଳ୍ପ ଲେମ୍ବୁ ରସ କିମ୍ବା ଏକ ଚାମଚ ମହୁ ମିଶାଇ ପିଇ ପାରିବେ । ଏକ ଗ୍ଲାସ ପାଣିରେ ଏକ ଡାଲଚିନି କାଠି ପକାଇ ରାତିସାରା ଛାଡି ଦିଅନ୍ତୁ। ପରଦିନ ସକାଳେ ଖାଲି ପେଟରେ ଏହି ପାଣି ପିଅନ୍ତୁ । ଯାହା ଆପଣଙ୍କୁ ଆରାମଦାୟକ ସୁସ୍ଥ ଜୀବନ ପାଇଁ ଲାଭଦାୟୀ ହେବ ।