ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଚିନ୍ତାର ଖବର ,ଲଘୁଚାପ କ୍ଷେତ୍ର ସୃଷ୍ଟି

ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଚିନ୍ତାର ଖବର। ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଓଡ଼ିଶାକୁ ବାତ୍ୟା ବିପତ୍ତି ଘେରି ରହିଥିବା ବେଳେ ଆସନ୍ତା ୧୧ ତାରିଖସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଶ୍ରୀଲଙ୍କା ସ୍ଥିତ ଗଲ୍ଫ ଅଫ୍ ମନାରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଘନୀଭୂତ ହେବାରେ ଲାଗିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୧୧ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ।

ଏହି ଲଘୁଚାପ କେତେ ଶକ୍ତିଶାଳୀ ହେବ ଏବଂ ଏହାର ଗତିପଥ କେଉଁଆଡ଼େ ରହିବ, ସେ ନେଇ ମେ’ ୧୩ ତାରିଖ ସୁଦ୍ଧା ସଠିକ୍ ସୂଚନା ମିଳିବ।
ବର୍ତ୍ତମାନ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ପାଣିପାଗ ବିଜ୍ଞାନୀମାନେ ନଜର ରଖିଛନ୍ତି। ଯଦି ଏହା ବାତ୍ୟାର ରୂପ ନିଏ, ତେବେ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ପଡ଼ିପାରେ।”

 

ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇପାରେ। ଲୋକମାନଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ ଏବଂ ସରକାରୀ ବୁଲେଟିନ୍ ଉପରେ ନଜର ରଖିବାକୁ କୁହାଯାଇଛି।

Leave a comment