ଭାତ ଖାଇବାକୁ ଯେତିକି ଭଲ ଲାଗିଥାଏ ତାଠାରୁ ଅଧିକ ଭଲ ଲାଗେ ପଖାଳ ଭାତର ତୋରାଣି । ଖାସ୍ କରି ଖରାଦିନେ ପଖାଳ ଖାଇ ତାର ତୋରାଣି ପିଇଲେ ଆତ୍ମା ଶାନ୍ତି ହୋଇଯାଏ । ପଖାଳ ଭାତ ର ତୋରାଣି ମଧ୍ୟ ଘରେ ଘରେ ବେଶ ପରିଚିତ । ଆପଣ ଭାତ ରାନ୍ଧିଲା ପରେ ତା ପେଜ କୁ ଫୋପାଡ଼ି ଦେଉଥିବେ ନିଶ୍ଚୟ ହେଲେ, ଏହି ପେଜ ପଛରେ ଲୁଚି ରହିଛି ଅନେକ କଥା ଯାହାକୁ ଯାଣିଲେ ହୋଇଯିବ ଆଶ୍ଚର୍ଯ୍ୟ । ବୈଜ୍ଞାନିକ ଗବେଷଣା ଦ୍ୱାରା ପେଜ ବା ତୋରାଣି ରେ ରହିଛି ଅନେକ ଅଦ୍ଭୁତ୍ ଉପକାରିତା ।
ପୁରାତନ ଯୁଗରେ ମହିଳା ମାନେ ଏହି ପାଣି କୁ ନିଜ କେଶ ର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବ୍ୟବହାର କରୁଥିଲେ । ଏହା ସୁନ୍ଦର ଓ ମଜବୁତ କେଶ ରେ ବହୁ ସହାୟକ ହୋଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କେତେକ କ୍ଷେତ୍ରରେ ତୋରାଣି ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ଦୀର୍ଘ ଦିନ ଯାଏ ଭଲ ରହିବାର ଦେଖିବାକୁ ମିଳିଛି । ଚମର ସୌନ୍ଦର୍ଯ୍ୟ ରକ୍ଷା ଏବଂ ସତେଜ ଚମ ଲାଗି ବର୍ତ୍ତମାନ ପେଜକୁ ଅଧିକ ବ୍ୟବହାର କରାଯାଉଛି । ଖୁବ ସହଜରେ ମିଳିପାରୁଥିବା ଏହି ପେଜ ତ୍ୱଚା ର ବେଶ ଭଲ ଉପଚାର କରିପାରିବ ।
ଏଥିସହ, ଯଦି ଆପଣଙ୍କ ମୁହଁରେ ବ୍ରଣ ହେଉଛି କିମ୍ବା ଶୀଘ୍ର ଛାଡୁନି ତେବେ ଆପଣ ମୁହଁରେ ପେଜ ଲାଗାବା ଆରମ୍ଭ କରନ୍ତୁ । ଦେଖିବେ ଖୁବ୍ ଶୀଘ୍ର ଛାଡିଯିବ । ଆପଣଙ୍କର ଯଦି ପେଟ ବ୍ୟଥା ଓ ଡାଇରିଆ ହେଉଛି, ତେବ ପେଜ ପିଅନ୍ତୁ । ଏହାକୁ ପିଇବା ଦ୍ବାରା ଅନେକ ଲାଭ ମିଳିପାରିବ । ହଜମପ୍ରକ୍ରିୟକୁ ଠିକ୍ କରିବା ସହ ତ୍ବଚା ମଧ୍ୟ ଲାଭଦାୟକ ହୋଇଥାଏ । ସବୁଠାରୁ ଖାସ୍ କଥା ହେଉଛି, ଯଦି ଆପଣଙ୍କୁ ହାଲିଆ ଲାଗୁଛି, ତେବେ ପେଜ ପିଅନ୍ତୁ । ପେଜ ସ୍ବାସ୍ଥ୍ୟ ପାଇଁ ବେସ ସହାୟକ ହୋଇଥାଏ । କୋଷ୍ଠକାଠିନ୍ୟରୁ ବି ମିଳିପାରିବ ମୁକ୍ତି ।
ଯଦି ଆପଣଙ୍କର ଏହି ସମସ୍ତ ସମସ୍ୟା ହେଉଛି, ତେବେ ନିଶ୍ଚିତ ଭାବରେ ଆଜିଠାରୁ ପେଜର ବ୍ୟବହାର ଆରମ୍ଭ କରି ଦିଅନ୍ତୁ । ଦେଖିବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ରେଜଲ୍ଟ ।